କୃଷି ଆଇନକୁ ନେଇ ଶରଦ ପାୱାର ଖପ୍ପା । କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ବର୍ଷିଲେ । ମୁମ୍ବାଇରେ ଚାଷୀଙ୍କର ବିଶାଳ ବିକ୍ଷୋଭ ପ୍ରଦର୍ଶନ

95

କନକ ବ୍ୟୁରୋ: କୃଷି ଆଇନକୁ ବିରୋଧ କରି ସୋମବାର ମୁମ୍ବାଇର ଆଜାଦ ମୈଦାନରେ ହଜାର ହଜାର ଚାଷୀ ଏକାଠି ହୋଇଛନ୍ତି । ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲାରୁ ଏବେ ବି ଏଠାକୁ ଚାଷୀମାନଙ୍କର ସୁଅ ଛୁଟୁଛି । ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଏନସିପି ମୁଖ ଶରଦ ପାୱାର ଯୋଗ ଦେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଶରଦ କହିଛନ୍ତି, କେନ୍ଦ୍ର ସରକାର ବିନା କୌଣସି ଚର୍ଚ୍ଚାରେ କୃଷି ଆଇନକୁ ପାସ୍ କରିଦେଇଛନ୍ତି । ଯାହାକୁ ନେଇ ଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଚାଷୀମାନେ ସାରା ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରୁଥିଲେ ବି ସରକାର କୌଣସି ନିଷ୍କର୍ସ ବାହାର କରୁନାହାନ୍ତି ବୋଲି ସେ କହିଛନ୍ତି । ଏହାସହ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ କଙ୍ଗନାଙ୍କୁ ଭେଟିବା ପାଇଁ ସମୟ ଅଛି ହେଲେ ଚାଷୀଙ୍କ ସହ ଆଲୋଚନା କରିବାକୁ ସମୟ ନାହିଁ ବୋଲି ଶରଦ ଆନ୍ଦୋଳନରେ ଯୋଗ ଦେଇ କହିଛନ୍ତି । 

ସୋମବାର କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧରେ କରି ମୁମ୍ବାଇରେ ବଡ ଧରଣର ଆନ୍ଦୋଳନ ହୋଇଛି । ଏହାକୁ ଏନସିପି ପ୍ରମୁଖ ଶରଦ ପାୱାର ମଧ୍ୟ ସମର୍ଥନ ଜଣାଇଛନ୍ତି । ହେଲେ ମହାରାଷ୍ଟ୍ରରେ ବିରୋଧୀ ଦଳ ବିଜେପିି ଏହାକୁ ନାପସନ୍ଦ କରିଛି । ଏନସିପି ଜାଣିଶୁଣି ନିଜର ରାଜନୈତିକ ଫାଇଦା ହାସଲ କରିବାକୁ ବିରୋଧ ପ୍ରଦର୍ଶନ କରୁଛି ବୋଲି ଦେବେନ୍ଦ୍ର ଫଡନାବିସ କହିଛନ୍ତି ।