ଜାତୀୟ ଦଳ ତାଲିକାରୁ ହଟିପାରେ ଶରଦ ପାୱାରଙ୍କ ଏନସିପି, ଏବେ ଷ୍ଟାଟସ୍ ଯାଂଚ କରିବ ନିର୍ବାଚନ ଆୟୋଗ

363

କନକ ବ୍ୟୁରୋ : ଶରଦ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏବେ ଜାତୀୟ ଦଳ ତାଲିକାରୁ ହଟିପାରେ । ଦଳର ଷ୍ଟାଟସ ସମୀକ୍ଷା କରିବାକୁ ଆଗକୁ ଆସିଛି ନିର୍ବାଚନ ଆୟୋଗ । ଏନେଇ ଆଜି ନିର୍ବାଚନ ଆୟୋଗଙ୍କ ତରଫରୁ ପାର୍ଟିର ପ୍ରତିନିଧିଙ୍କ ସହ ଆଲୋଚନା ହେଉଛି । ଏବେ ଏନସିପି ମହାରାଷ୍ଟ୍ରରେ ମହା ବିକାଶ ଅଘାଡି ମେଣ୍ଟରେ ରହିଛି ।

ତେବେ ଆସନ୍ତୁ ଜାଣିବା ଏକ ଜାତୀୟ ରାଜନୈତିକ ଦଳ ପାଇଁ କଣ ରହିଛି ସର୍ତ୍ତ ?

  • କୌଣସି ରାଜନୈତିକ ଦଳ ୩ଟି ରାଜ୍ୟର ଲୋକସଭା ନିର୍ବାଚନରେ ସର୍ବନିମ୍ନ ୨ ପ୍ରତିଶତ ଭୋଟ ପାଇଥିବ
  • ୪ଟି ଲୋକସଭା ଆସନ ସହ ଲୋକସଭା ନିର୍ବାଚନରେ ୬ ପ୍ରତିଶତ ଭୋଟ ହାସଲ କରିଥିବ
  • ବିଧାନସଭା ନିର୍ବାଚନରେ ସର୍ବନିମ୍ନ ୪ଟି ରାଜ୍ୟରେ ୬ପ୍ରତିଶତ ଭୋଟ ପାଇଥିବ
  • ୪କିମ୍ବା ତା ଠାରୁ ଅଧିକ ରାଜ୍ୟରେ ଆଞ୍ଚଳିକ ଦଳର ମାନ୍ୟତା ପାଇଥିବ ।

ଏସବୁ ସର୍ତ୍ତ ମଧ୍ୟରୁ ଯେଉଁ ରାଜନୈତିକ ଦଳ ଗୋଟିଏ ବି ସର୍ତ୍ତ ପୁରଣ କରିଥିବ ସେ ଜାତୀୟଦଳର ମାନ୍ୟତା ପାଇବାକୁ ହକଦାର   । ଏବେ ଦେଶରେ ରହିଥିବା ଜାତୀୟ ଦଳ ମଧ୍ୟରେ ରହିଛନ୍ତି ବିଜେପି, କଂଗ୍ରେସ, ବିଏସପି, ଏନସିପି, ସିପିଆଇ, ସିପିଆଇ(ଏମ୍), ଟିଏମସି, ଏନପିପି ।