‘ବିଜେଡି ସରକାରଙ୍କୁ ଧିକ୍’: କୋଟିଆ ପାଇଁ ବିଜେଡିକୁ କଡ଼ା ସମାଲୋଚନା କଲେ ପିସିସି ସାଭପତି । କହିଲେ, କୋଟିଆକୁ ମିଳିନି ମୌଳିକ ସୁବିଧା…

95

କନକ ବ୍ୟୁରୋ: କୋଟିଆ ପ୍ରସଙ୍ଗରେ ବିଜେଡିକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ କଡ଼ା ସମାଲୋଚନା । ଟ୍ୱିଟ୍ କରି ନିରଞ୍ଜନ କହିଲେ, ଓଡ଼ିଶାର ଇଞ୍ଚେ ଜମିକୁ ମଧ୍ୟ ଆନ୍ଧ୍ରପ୍ରଦେଶକୁ ନେବାକୁ ଦେବୁନାହିଁ । ବିଜେଡି ସରକାର ତାର ୨୦ ବର୍ଷର ଶାସନ କାଳରେ କୋଟିଆ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି । ତେଣୁ ଖୁବକମ୍ ଲୋକ ଆନ୍ଧ୍ରପ୍ରଦେଶକୁ ପସନ୍ଦ କରିପାରନ୍ତି । 

ଏହା ବିଜେଡି ସରକାରଙ୍କ ପାଇଁ ଲଜ୍ଜା । ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ନିର୍ବାଚନ କରିବା ମୁଖ୍ୟମନ୍ତ୍ରୀଙ୍କ ଅକ୍ଷମତା ଯାହା ଓଡ଼ିଶାର ସବୁଠାରୁ ବଡ଼ ଦୁର୍ବଳତା ପାଲଟିଛି । ଆସ୍ତୁ ମିଳିମିଶି ଏହା ବିରୋଧରେ ସ୍ୱର ଉଠାଇବା ଏବଂ ଶୀଘ୍ର କାର୍ଯ୍ୟ କରିବାର ସମୟ ଆସିଛି । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି ଯେ, କିଛି ସାହସ ଦେଖାଇ ଆନ୍ଧ୍ରର ଏଭଳି ଦାଦାଗିରି ବିରୁଦ୍ଧରେ ଆକ୍ସନ ନିଅନ୍ତୁ ।