ଗେହଲଟଙ୍କ ଗଡ଼ରେ ଶାହାଙ୍କ ହୁଙ୍କାର । ବିଜେପିର ଓବିସି ଗୋଟି ଚାଳନା

163

କନକ ବ୍ୟୁରୋ : ୨୦୨୨ରେ ହେବ ରାଜସ୍ଥାନ ବିଧାନସଭା ନିର୍ବାଚନ । ସମୟ ଯେତିକି ପାଖଉଛି ସେତିକି ମଜବୁତ ହେଉଛି ବିଜେପିର ରଣନୀତି । ଏବେ ରାଜସ୍ଥାନରେ କଂଗ୍ରେସ ନିଦ ହଜେଇବା ପାଇଁ ଏଠାରେ ପହଁଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଦୁଇ ଦିିନିଆ ରାଜସ୍ଥାନ ଗସ୍ତରେ ଶାହା ୨ୟ ଦିନରେ ଯୋଧପୁରରେ ପହଁଚିଛନ୍ତି । ଏହା ହେଉଛି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପାରମ୍ପାରିକ ଗଡ଼ । ସେପଟେ ବିଜେପି ଟାର୍ଗେଟରେ ରହିଛି ଓବିସି ଭୋଟ । ତେଣୁ ଏଠାରେ ଆୟୋଜିତ ଓବିସି ମୋର୍ଚ୍ଚା ବୈଠକକୁ ସେ ସମ୍ବୋଧିତ କରିଛନ୍ତି । ପରେ ୨୫ଶହର ଅଧିକ ବୁଥସ୍ତରୀୟ କର୍ମଚାରୀଙ୍କୁ ସମ୍ବୋଧିତ କରିଛନ୍ତି । ଶାହା ଏଠାରେ ପହଁଚି ଓବିସି ଭୋଟ ହାତେଇବା ପାଇଁ ପ୍ରୟାସ କରୁଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ଓବିସି ଭୋଟ ବ୍ୟାଙ୍କକୁ ମଜବୁତ କରିବାକୁ ଲକ୍ଷ୍ୟ ରଖିଛି ବିଜେପି ।

ରାଜସ୍ଥାନରେ ୫୨ ପ୍ରତିଶତ ଓବିସି
ଏହାମଧ୍ୟରେ ୧୧ ପ୍ରତିଶତ ଜାଟ ସମ୍ପ୍ର୍ରଦାୟ
ରାଜ୍ୟର ୧୫୦ରୁ ଅଧିକ ସିଟରେ ଉପରେ ଏମାନଙ୍କ ପ୍ରଭାବ
ଏବେ ସୁଦ୍ଧା ୫୫ଜଣ ବିଧାୟକ
୨୦୦ ବିଧାନସଭା ଆସନରୁ ୩୩ଟି ଯୋଧପୁର
ବିଜେପି ପାଖରେ ୧୪ ଆସନ
କଂଗେସ ପାଖରେ ୧୭ ଆସନ
ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ଦଳ ପାଖରେ ୧ଆସନ
ସ୍ୱାଧୀନ ପାଖରେ ୧ ଆସନ

ସେପଟେ ଅନ୍ୟ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ମଧ୍ୟ ବେଶ ବିଜେପି ସମସ୍ତ ପ୍ରସ୍ତୁତିକୁ ଜୋରଦାର କରିଛି । ତୃଣମୃଳସ୍ତରରେ ସଂଗଠନକୁ ଅଧିକରୁ ଅଧିକ ମଜବୁତ କରିବା ଲକ୍ଷ୍ୟ ରଖି ନିକଟରେ ବଡ ପରିବର୍ତନ କରିଛି ଦଳ । ୧୫ ରାଜ୍ୟର ଓ କେନ୍ଦ୍ରଶାସିତ ଅଂଚଳର ନୂଆ ଦଳୀୟ ପ୍ରଭାରୀ ଘୋଷଣା କରାଯାଇଛି । ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି, ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର ଓ ମହେଶ ଶର୍ମା ପର ବରିଷ୍ଠ ନେତାଙ୍କୁ ରାଜ୍ୟ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । କିିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ନେତାଙ୍କ ହାତରୁ ଦାୟିତ୍ୱ ନେବା ପରେ ଏବେ ଏମାନଙ୍କୁ ବିଭିନ୍ନ ରାଜ୍ୟର ପ୍ରଭାରୀ ଓ ସହପ୍ରଭାରୀ ଦାୟିତ୍ୱ ଦେଇଛି ଦଳ । ଲୋକସଭା ନିର୍ବାଚନକୁ ଆଉ କିଛି ମାସ ବାକିଥିବାବେଳେ ଏବେଠାରୁ କସରତ ଆରମ୍ଭ କରିଛନ୍ତି ସବୁ ଦଳ ।

ବିଜେପି ଯେତିକି ଧ୍ୟାନ ସାଂଗଠନିକ ସ୍ତରରେ ଦଳକୁ ମଜବୁତ କରିବାକୁ ଦଉଛି ସେତିକି ଦୃଷ୍ଟି ମଧ୍ୟ ଦଳର ଅସନ୍ତୁଷ୍ଟ ନେତାଙ୍କ ଉପରେ ରଖିଛି । କିଛି ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ପଦରୁ ବିଦା କରିବା ପରେ ଏବେ ଦଳ ଏମାନଙ୍କ ଅସନ୍ତୋଷକୁ ଶାନ୍ତ କରିବା ଦିଗରେ ମଧ୍ୟ ଯତ୍ନବାନ ହେଉଛି ।