ଶାହାରୁଖ୍ ଖାନଙ୍କ ସୁରକ୍ଷାରେ ବଡ ତ୍ରୁଟି । ପାଚେରୀ ଡେଇଁ ମନ୍ନତର ତୃତୀୟ ମହଲାରେ ପଶିଲେ ୨ ଯୁବକ

205

କନକ ବ୍ୟୁରୋ: ଶାହାରୁଖ ଖାନଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ବଙ୍ଗଳା ‘ମନ୍ନତ’ରେ ଲୁଚି ପ୍ରବେଶ କରିଥିବା ୨ ଜଣ ଅଜଣା ଯୁବକଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ । ଏହି ୨ ଜଣ ଯୁବକ ମନ୍ନତର ତୃତୀୟ ମହଲାର ପହଞ୍ଚିଯାଇଥିଲେ । ଏହି ଘଟଣା ଗୁରୁବାର ରାତି ପାଖାପାଖି ୯ଟା ୩୦ ମିନିଟରେ ଘଟିଥିଲା । ଦୁଇ ଜଣ ସୁରତର ବାସିନ୍ଦା । ପୁଲିସ ସେମାନଙ୍କୁ ଜେରା କରିଥିବା ଜଣାପଡିଛି ।

ରାତିରେ ଦୁଇ ଯୁବକ ଯାଇ ମନ୍ନତର ତୃତୀୟ ମହଲାରେ ପହଞ୍ଚିବାବେଳେ ତାଙ୍କ ଉପରେ ସୁରକ୍ଷାକର୍ମୀଙ୍କର ନଜର ପଡିଯାଇଥିଲା । ତୁରନ୍ତ ସେମାଙ୍କୁ କାବୁ କରି ପୁଲିସର ଜିମା ଦେଇଥିଲେ ସୁରକ୍ଷା କର୍ମୀ । ତେବେ ଏପରି କଡା ସୁରକ୍ଷା ପରେ ବି ଦୁଇ ଯୁବକ କିପରି ମନ୍ନତ ଭିତରକୁ ପ୍ରବେଶ କଲେ ତାହା ଏବେ ପ୍ରଶ୍ନ ।