ସତ ହେଲା କି ଶାହାରୁଖ ଖାନଙ୍କ ଆଶଙ୍କା? ପଢନ୍ତୁ ୨୦୦୭ରେ ଏକ ସାକ୍ଷାତକାରରେ କଣ କହିଥିଲେ ଶାହାରୁଖ

299

କନକ ବ୍ୟୁରୋ: ବଲିଉଡ ଅଭିନେତା ଶାହାରୁଖ ଖାନ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ପୁଅ ଆରୟନ ଖାନ ଏବେ ଆର୍ଥର ରୋଡ ଜେଲରେ ରହିଛନ୍ତି । ତେବେ ଏହାରି ମଧ୍ୟରେ ୨୦୦୮ରେ ଶାହାରୁଖ ଖାନଙ୍କ ଏକ ସାକ୍ଷାତକାରର ଭିଡିଓ ଭାଇରାଲ ହେଉଛି । ଏଥିରେ ସେ କହୁଛନ୍ତି ମୋ ପ୍ରସିଦ୍ଧି ଦିନେ ମୋ ପିଲାଙ୍କ କ୍ୟାରିୟର ଖରାପ ନ କରିଦେଉ ।

ତେବେ ଭାଇରାଲ ହେଉଥିବା ଏହି ଭିଡିଓ ୨୦୦୮ର । ବର୍ତ୍ତମାନ ଶାହାରୁଖ ଖାନଙ୍କ ଆଶଙ୍କା ସତ ହୋଇଛି ବୋଲି ଚର୍ଚ୍ଚା ହେଉଛି । ଏଥିରେ ସେ କହୁଛନ୍ତି, ମୋ ପ୍ରସିଦ୍ଧି ମୋ ପିଲାଙ୍କ ଉପରେ ଖରାପ ପ୍ରଭାବ ପକାଉଛି । ଏଥିପାଇଁ ସେମାନଙ୍କୁ କ୍ଷତି ସହିବାକୁ ପଡିପାରେ । ମୋ ପରିବାର ଓ ମୋ ପିଲାଙ୍କ ପାଇଁ ଏହି ଡର ମୋ ଭିତରେ ରହିଛି । ମୁଁ ଚାହୁିଁନି ତାଙ୍କ ମନରେ ଏହି ଧାରଣା ରହୁକି ମୁଁ ଳାହାରୁଖ ଖାନର ପୁଅ ବା ଝିଅ ମତେ ସହଜରେ ସବୁ ଜିନିଷ ମିଳିଯିବ ।

ଅକ୍ଟୋବର ୨ ତାରିଖରେ ଶାହାରୁଖଙ୍କ ପୁଅ ଆରୟନ କ୍ରୁଜ ଡ୍ରଗ୍ସ ପାର୍ଟିରେ ଧରାପଡିଥିଲେ । ଏହାପରେ ସେ ଗିରଫ ହୋଇ ଏନସିବି ହେପାଜତରେ ରହିଛନ୍ତି । ଏବେ ତାଙ୍କୁ ଆର୍ତର ରୋଡ ଜେଲରେ ରଖାଯାଇଛି । ତେବେ ଏହି ଘଟଣାକୁ ନେଇ ଏବେ ବଲିଉଡ ଜଗତ ଉଠୁଛି ପଡୁଛି ।