କନକ ବ୍ୟୁରୋ: ଜୀବନ କେତେବେଳେ କେଉଁ ମୋଡ ନେବ କିଛି କହିହେବ ନାହିଁ । ଉତ୍ତରପ୍ରଦେଶ ବରେଲି ଜିଲ୍ଲାରେ ଜଣେ ଯୁବତୀଙ୍କ ଜୀବନରେ ଏମିତି କିଛି ଘଟଣା , ଯାହା ସମସ୍ତଙ୍କୁ ଚକିତ କରିଛି ।

Advertisment

ଶେହନାଜ ନାମକ ଯୁବତୀ ବିବାହ କରି ଶାଶୁଘରକୁ ଆସିବାର ଖୁବ୍ କମ ଦିନ ହୋଇଛି । ହେଲେ ଏଠାରେ ସେ ଶ୍ରୀକୃଷ୍ଣଙ୍କୁ ପୂଜା କରୁଥିବା ଦେଖି ଶାଶୁଘର ଲୋକେ କଡା ବିରୋଧ କରିଥିଲେ । ଅନେକ ବୁଝାଶୁଝା କରିଥିଲେ ବି କିଛି ବୁଝିବା ପୂର୍ବରୁ ଶେହନାଜଙ୍କୁ ତିନି ତଲାକ୍ କହି ଛାଡପତ୍ର ଦେଇଥିଲେ ସ୍ୱାମୀ । କେବଳ ଏତିକି ନହେଁ ଶାଶୁଘର ଲୋକଙ୍କଠାରୁ ଅନେକ ନିର୍ଯାତନା ସହିବାକୁ ପଡିଥିଲା ଶେହନାଜଙ୍କୁ ।

ଶାଶୁଘର ଛାଡିବା ପରେ ପିଲାଦିନର ଜଣେ ହିନ୍ଦୁ ସାଙ୍ଗ ପୱନ କୁମାରଙ୍କ କଥା ମନେପଡିଥିଲା । ଫୋନ କରି ଭେଟ ହୋଇଥିଲେ ଏବଂ ନିଜର ସବୁ ଦୁଃଖ ବଖାଣିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା, ଯାହା କ୍ରମେ ପ୍ରେମରେ ପରିଣତ ହୋଇଥିଲା । ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇ ବରେଲି ସ୍ଥିତ ଅଗସ୍ତି ମୁନି ଆଶ୍ରମରେ ପହଞ୍ଚିଥିଲେ । ସେଠାରେ ପ୍ରଥମେ ମଠ ମହନ୍ତ ଶେହନାଜଙ୍କୁ ସନାତନ ଧର୍ମ ଅନୁସାରେ ଶୁଦ୍ଧିକରଣ କରିବା ପରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଥିଲା । ଏହାସହ ଶେହନାଜଙ୍କ ନାଁ ବଦଳି ଆରୋହୀ ହୋଇଥିଲା ।
ସୂଚନା ମୁତାବକ, ଶେହନାଜ ପିଲାବେଳୁ କୃଷ୍ଣ ପ୍ରେମରେ ପଡିଥିଲେ । ସବୁବେଳେ କେବଳ ଶ୍ରୀକୃଷ୍ଣଙ୍କୁ ପୂଜା କରୁଥିବାରୁ ବାପ ଘର ଲୋକେ ମଧ୍ୟ ବିରୋଧ କରୁଥିଲେ । ଇସଲାମ ଧର୍ମରେ ପୂଜା କରିବା ବିଧିନାହିଁ ବେଲି କହୁଥିଲେ । ହେଲେ ନିଜ ଜିଦିରେ ଅଟଳ ରହି ଶ୍ର୍ରୀକୃଷ୍ଣଙ୍କୁ ପୂଜା ଜାରି ରଖିଥିଲେ । ଏହାପରେ ନିଜର ଓ ନିଜ ହିନ୍ଦୁ ସ୍ୱାମୀଙ୍କ ସୁରକ୍ଷା ପାଇଁ ପୁଲିସକୁ ଅନୁରୋଧ କରିଛନ୍ତି ଶେହନାଜ ।