ସଲମାନଙ୍କୁ ପଛରେ ପକାଇ ବାଜି ମାରିନେଲେ ଶାହାରୁଖ୍ ! ‘ଧୁମ୍ ୪’ରେ ଭାଇଜାନ୍ ନୁହଁନ୍ତି ବାଦଶାହା ହେବେ ଖଳନାୟକ

106

ସିନେମା ‘ଧୁମ୍’ ର ସିରିଜକୁ ନେଇ ଦର୍ଶକଙ୍କ ମଧ୍ୟରେ ଅନେକ ଉତ୍ସାହ । ପ୍ରଥମେ ଜନ୍ ଅବ୍ରାହମ୍ ପରେ ହ୍ରିତିକ୍ ରୋଶନ୍ ଏବଂ ଶେଷରେ ଆମୀର୍ ଖାନ୍ । ସମସ୍ତଙ୍କ ଜବରଦସ୍ତ ଆକ୍ସନ ଦର୍ଶକଙ୍କୁ ସିନେମା ହଲକୁ ଟାଣି ଆଣିବାରେ ବେଶ୍ ସଫଳ ହୋଇଥିଲା । ତେବେ ଆଉ କିଛି ଦିନ ପରେ ଫ୍ଲୋରକୁ ଆସିବ ଧୁମର ଆଗାମୀ ପାର୍ଟ ‘ଧୁମ୍ ୪’ । ହେଲେ ରୂପେଲି ପରଦାକୁ ଆସିବା ପୂର୍ବରୁ ହିଁ ଧୁମ୍ ମଚାଇ ସାରିଲାଣି ଏହି ସିନେମା ।

SRK-Roped-in-for-Dhoom-4କିଏ ହେବ ଧୁମ୍ -୪ ରେ ଖଳନାୟକ । ଯାହାକୁ ନେଇ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ପ୍ରଥମେ ଭାଇଜାନ୍ ସଲମାନଙ୍କ ନାଁ ଶୁଣିବାକୁ ମିଳିଥିଲା । କିନ୍ତୁ ଏବେ ଆଉ ଜଣଙ୍କ ନାଁ ଏଥିରେ ସାମିଲ୍ ହୋଇଛି । ସଲମାନଙ୍କୁ ପଛରେ ପକାଇ ବାଜି ମାରିନେଇଛନ୍ତି କିଙ୍ଗ୍ ଖାନ୍ । ଧୁମ୍ ୪ ରେ ଧୁମ୍ ମଚାଇବେ ବାଦଶାହା ।ଅର୍ଥାତ୍ ଧୁମ୍ ୪ ରେ ଲିଡ୍ ରୋଲରେ ନଜର ଆସିବେ ଶାହାରୁଖ୍ ଖାନ୍ ।

ସୂଚନା ଅନୁସାରେ, ଧୁମର ଅନ୍ୟ ସିରିଜ୍ ଠାରୁ ବେଶ୍ ଆକର୍ଷଣୀୟ ହେବ ଧୁମ୍ ୪ । ଯେଉଁଥିପାଇଁ ଜୋରଦାର୍ ପ୍ରସ୍ତୁତି ଚଳାଇଛନ୍ତି ଆଦିତ୍ୟ ଚୋପ୍ରା । ତେଣୁ ଏହାର ସ୍କିପ୍ଟ ଲେଖା ଦାୟିତ୍ୱ ମନିଷ୍ ଶର୍ମାଙ୍କୁ ଦିଆଯାଇଛି । ତେବେ ଏହା ପୂର୍ବରୁ ଅନେକ ସିନେମାରେ ଶାହାରୁଖ୍ ନେଗେଟିଭ୍ ରୋଲରେ ନଜର ଆସିଛନ୍ତି । ତେଣୁ ଶାହାରୁଖ୍ ଏବଂ ଦର୍ଶକଙ୍କ ପାଇଁ ଏହା ନୂଆ କଥା ନୁହେଁ । ହେଲେ ଧୁମ୍ ୪ ହେଉଛି ଆକ୍ସନରେ ଭରପୁର । ତେଣୁ ସିନେମାରେ ଶାହାରୁଖଙ୍କ ଆକ୍ସନର ତଡକା ଦେଖିବା ପାଇଁ ଖୁବ୍ ଉତ୍ସାହିତ ତାଙ୍କ ପ୍ରଶଂସକ ।