ମମତାଙ୍କ ସହ ବଲିଉଡ୍ ବାଦଶାହାଙ୍କର ରହିଛି ଅତୁଟ ସଂପର୍କ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ

ମମତାଙ୍କ ସହ ବଲିଉଡ୍ ବାଦଶାହାଙ୍କର ରହିଛି ଅତୁଟ ସଂପର୍କ ! ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଭିଡିଓ

Source: ndtv.com

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବଲିଉଡ୍ ବାଦଶାହା ଶାହାରୁଖଙ୍କ ମଧ୍ୟରେ ଥିବା ଉତ୍ତମ ସଂପର୍କ ଏବେ ଆଲୋଚନା ପାଲଟିଛି । ବଲିଉଡର ଏହି ସୁପରଷ୍ଟାର୍, ମମତାଙ୍କୁ ଦିଦି ବୋଲି ସମ୍ବୋଧନ କରି ଆସୁଥିବା ସହ ନିକଟରେ ତାଙ୍କ ଛୋଟିଆ କାରରେ ଲିଫ୍ଟ ବି ନେଇଛନ୍ତି । ଏପରିକି କୋଲକାତାକୁ ଶାହାରୁଖଙ୍କର ଦ୍ୱିତୀୟ ଗୃହ ବୋଲି କୁହାଯାଉଛି । ଅଭିନେତା ଶାହାରୁଖ ଲଗାତର ଭାବେ କୋଲକାତା ଯିବା ଆସିବା ଚଳାଇଛନ୍ତି । ସେ ନିକଟରେ କୋଲକାତା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ଉଦଘାଟନ କରିଥିଲେ । ତେବେ, ଶାହାରୁଖ ମମତା ବାର୍ନାଜୀଙ୍କର ଛୋଟିଆ କାର୍ ସାଣ୍ଟ୍ରୋର ପଛ ସିଟରେ ବସିଥିବା ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଚର୍ଚ୍ଚା ପାଲଟିଛି ।

ମମତାଙ୍କୁ ନିଜ ବଡ଼ ଭଉଣୀ ବୋଲି କହୁଥିବା ଶାହାରୁଖ ଚଳିତବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଟୁଇଟ୍ କରିଥିଲେ,‘ପ୍ରତିବର୍ଷ ମୁଁ ଦିଦିଙ୍କ ରାକ୍ଷୀ ଶୁଭେଚ୍ଛା ପରି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାକୁ ଅପେକ୍ଷା କରି ରହିଥାଏ ।’ ଶାହାରୁଖଙ୍କ ପଶ୍ଚିମବଙ୍ଗ ସହିତ ଥିବା ଅତୁଟ ସଂପର୍କ ସବୁବେଳେ ଚର୍ଚ୍ଚା ପାଲଟେ । ଏପରିକି କୋଲକାତାର ଆଇପିଏଲ୍ ଦଳ କୋଲକାତା ନାଇଟ୍ ରାଇଡର୍ସର ସେ ହେଉଛନ୍ତି ସତ୍ତ୍ୱାଧିକାରୀ ଏବଂ ପଶ୍ଚିମବଙ୍ଗ ପର୍ଯ୍ୟଟନୀର ବ୍ରାଣ୍ଡ ଆମ୍ବାସଡର। ୨୦୦୨ ମସିହାରେ ଶରତ ଚନ୍ଦ୍ର ଚଟ୍ପୋଧାୟଙ୍କ ଉପନ୍ୟାସ ଉପରେ ଆଧାରିତ ସଂଜୟଲୀଲା ଭଂସାଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦେବଦାସ’ରେ ସେ ଜଣେ ବଙ୍ଗଳୀ ଚରିତ୍ରରେ ନଜର ଆସିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe