ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ଦୋଷୀ ଶବନମଙ୍କ ପାଇଁ କ୍ଷମା ଆବେଦନ କଲେ ପୁଅ । ରାଷ୍ଟ୍ରପତିଙ୍କୁ ଆବେଦନ କରି ଦୋଷ କ୍ଷମା ପାଇଁ କଲେ ନିବେଦନ ।

198

କନକ ବ୍ୟୁରୋ: ୨୦୦୮ ମସିହାର ଉତରପ୍ରଦେଶର ବହୁଚର୍ଚ୍ଚିତ ବାମନଖେଡା ହତ୍ୟାକାଣ୍ଡ ଘଟଣାର ଦୋଷୀ ଶବନମଙ୍କୁ ହେବ ଫାଶୀ । ଯେକୌଣସି ମୁହୁର୍ତରେ ତାଙ୍କ ଡେଥ ୱାରେଂଟ ବାହାରିପାରେ । ଏପରି ସମୟରେ ଶବନମଙ୍କୁ ରାଜକ୍ଷମା ଦେବା ପାଇଁ ଆବେଦନ କରିଛନ୍ତି ତାଙ୍କ ୧୨ବର୍ଷୀୟ ପୁଅ । ଫାଶୀ ଆଶଙ୍କା ଭିତରେ ଶବନମଙ୍କ ଦୋଷ ପାଇଁ ତାଙ୍କୁ ରାଜକ୍ଷମା ଦେବା ପାଇଁ ଆବେଦନ କରିଛନ୍ତି ତାଙ୍କ ପୁଅ । ଏହାସହ ସେ ତାଙ୍କ ମାଙ୍କୁ ସାକ୍ଷାତ କରିବା ପାଇଁ ରାମପୁର ଜେଲ ଯାଉଥିବା କଥା ମନେପକାଇ ଭାବବିହ୍ୱଳ ହୋଇପଡିଛନ୍ତି ଶବନମଙ୍କ ନାବାଳକ ପୁଅ ।

ଶବନମଙ୍କ ପୁଅକୁ ଏବେ ୧୨ବର୍ଷ ବୟସ ହେଉଥିବା ବେଳେ ସେ ଗତ ୬ବର୍ଷ ହେଲା ସେ ଉସ୍ମାନ ସୈଫିଙ୍କ ପାଖରେ ରହୁଛନ୍ତି । ଶବନମଙ୍କ ପୁଅକୁ ୬ବର୍ଷ ହେଉଥିବା ବେଳେ ବୁଲନ୍ଦସହରରେ ରହୁଥିବା ଉସ୍ମାନ ସୈଫଙ୍କୁ ତାଙ୍କ କଷ୍ଟଡି ମିଳିଥିଲା । ସେବେଠାରୁ ସେ ତାଙ୍କ ନିକଟରେ ରହୁଛନ୍ତି ।

ନିଜ ପରିବାରର ୭ଜଣ ସଦସ୍ୟଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଶବନମଙ୍କୁ ଦିଆଯିବ ଫାଶୀ । ଦେଶ ସ୍ୱାଧୀନ ହେବା ପରେ ପ୍ରଥମଥର ପାଇଁ କୌଣସି ଭାରତୀୟ ମହିଳାଙ୍କୁ ଏହି ଫାଶୀ ଦିଆଯିବ । ଏହି ଫାଶୀକୁ କାର୍ଯ୍ୟକାରୀ କରିବା ପାଇଁ ମଥୁରା ଜେଲ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା ଆରମ୍ଭ । ଏବେ କେବଳ ସବନମଙ୍କ ଡେଥ ୱାରେଂଟକୁ ଅପେକ୍ଷା ରହିଛି । ତେବେ ଏହି ୱାରେଂଟ ବାହାରିବା ପୂର୍ବରୁ ଫାଶୀ ଦେବା ପାଇଁ ଫାଶୀ ଖୁଂଟର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏନେଇ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଖୁବଶୀଘ୍ର ସବନମଙ୍କୁ ଫାଶୀଖୁଂଟରେ ଝୁଲାଇ ଦିଆଯିବ ।

ଉତ୍ତରପ୍ରଦେଶରେ ୨୦୦୮ ମସିହା ଏପ୍ରିଲ ମାସରେ ଶବନମ ନିଜ ପ୍ରେମିକ ସଲିମ ସହିତ ମିଶି ଅମରୋହାରେ ରହୁଥିବା ନିଜ ପରିବାରର ୭ଜଣଙ୍କୁ ହତ୍ୟା କରିଥିଲା । ହତ୍ୟାର ୫ଦିନ ପରେ ଏପ୍ରିଲ ୧୯ ତାରିଖରେ ସେ ଗିରଫ ହୋଇଥିଲା । ଗିରଫ ସମୟରେ ସେ ୭ମାସର ଗର୍ଭବତୀ ଥିଲା । ଡିସେମ୍ବର ୨୦୦୮ରେ ସେ ଜେଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲା । ଜୁଲାଇ ୧୪, ୨୦୧୦ରେ ସବନମ ଓ ସଲିମଙ୍କୁ ଜିଲ୍ଲା କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ଉଭୟ ଜିଲ୍ଲା କୋର୍ଟଙ୍କ ରାୟକୁ ଆହ୍ଲାବାଦ ହାଇକୋର୍ଟରେ ଚ୍ୟାଲେଂଜ କରାଯାଇଥିଲା । ହାଇକୋର୍ଟ ମଧ୍ୟ ମୃତ୍ୟୁଦଣ୍ଡକୁ କାଏମ ରଖିଥିଲେ । ଶେଷରେ ସେମାନେ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ଆବେଦନ କରିଥିଲେ । କିନ୍ତୁ ତାହା ମଧ୍ୟ ପ୍ରତ୍ୟାଖାନ ହୋଇଥିଲା ।