କନକ ବ୍ୟୁରୋ: ପରାଜୟ ପରେ ଧର୍ମଶାଳା ବିଜେଡି ଗଡ଼ ଭୁଶୁଡ଼ିବା ଆରମ୍ଭ କରିଛି। ବିଧାୟକ ହିମାଂଶୁ ସାହୁଙ୍କ ନେତୃତ୍ୱକୁ ଭରସା କରି ଏକାଧିକ ସରପଞ୍ଚ, ସମିତି ସଭ୍ୟ ବିଜେଡି ସହିତ ଥିବା ଦୀର୍ଘଦିନର ସମ୍ପର୍କ ତୁଟାଇ ଦେଇଛନ୍ତି। ଗୋଟିଏ ଦିନରେ ରସୁଲପୁର ଓ ଧର୍ମଶାଳା ପଞ୍ଚାୟତ ସମିତିର ୧୩ ବିଜେଡି ସମର୍ଥିତ ସମିତିସଭ୍ୟ ଓ ୮ ସରପଞ୍ଚ ବିଜେପିରେ ଯୋଗ ଦେଇଛନ୍ତି ।

Advertisment

ଏଭଳି ବିପର୍ୟ୍ୟୟ ଯାଜପୁର ଜିଲ୍ଲା ବିଜେଡି ଶିବିରରେ ଆଲୋଡନ ସୃଷ୍ଟି କରିଛି। ସଂଖ୍ୟାଧିକ ସମିତିସଭ୍ୟ ବିଜେଡିଠାରୁ ଦୂରେଇ ଯିବା ପରେ ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଆଡ଼କୁ ବିପଦ ମାଡ଼ିଆସୁଛି। ଏବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିବା ତାଙ୍କ ଭାଇ ପ୍ରଭାତ କୁମାର ବଳବନ୍ତରାୟଙ୍କ ବିରୋଧରେ ଅନାସ୍ଥା ଏକ ପ୍ରକାର ନିଶ୍ଚିତ ହେଉଛି।