ଭାରତ ଠାରୁ ହାରିବାର ଭୟ ! ନବବର୍ଷରେ ସେଲିବ୍ରେସନ ପରିବର୍ତ୍ତେ କ୍ରିକେଟ୍ ମଇଦାନରେ ଝାଳ ବୁହାଇଲା କଙ୍ଗାରୁ ଟିମ୍ ।

225

୨୦୧୯ ନବବର୍ଷକୁ ବଡ ଧୁମଧାମରେ ସ୍ୱାଗତ କରିଛି ପୁରା ବିଶ୍ୱ । କେଉଁଠି ରଙ୍ଗାରଙ୍ଗ ଆତଶବାଜିରେ ଝଲସି ଉଠିଥିଲା ଆକାଶ ତ ଆଉ କେଉଁଠି ଡିଜେର ତାଳେ ତାଳେ ନୂଆବର୍ଷକୁ ସ୍ୱାଗତ କରିଥିଲେ ବିଶ୍ୱବାସୀ । ଆଉ ଏସବୁ ଭିତରେ ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ମଙ୍ଗଳବାର ନୂଆବର୍ଷ ଉତ୍ସବ ପାଳନ କରିବା ପରିବର୍ତ୍ତ କ୍ରିକେଟ୍ ପଡିଆରେ ଝାଳ ବୁହାଇଛନ୍ତି । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ଠାରୁ ୨-୧ରେ ପଛରେ ରହିବା ପରେ ଅନ୍ତିମ ଟେଷ୍ଟ ଅଷ୍ଟ୍ରେଲିଆ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି ।

ସିରିଜ ବିଜୟର ଆଶା ହରାଇଥିବା କଙ୍ଗାରୁ ଦଳ ଶେଷ ଟେଷ୍ଟକୁ ଡ୍ର ରଖି ସିରିଜ୍ ବରାବର କରିବା ଲକ୍ଷ୍ୟରେ ରହିଛି । ଆଉ ଏଥିପାଇଁ ଆଜି ନବବର୍ଷରେ ଅବସରରେ ଖୁସି ମନାଇବା ପରିବର୍ତ୍ତେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଜୋରଦାର ଅଭ୍ୟାସ କରିଛି ଟିମ୍ ଅଷ୍ଟ୍ରେଲିଆ । କଙ୍ଗାରୁ ଦଳର ଅଧିନାୟକ ଟିମ୍ ପେନଙ୍କ ସମେତ ଅଷ୍ଟ୍ରେଲିଆର ୭ ଜଣ ଖେଳାଳୀ ଆଜି ଅଭ୍ୟାସ କରିଛନ୍ତି । ତେବେ ଆଗାମୀ ଟେଷ୍ଟ ତଥା ଅନ୍ତିମ ବା ନିର୍ଣ୍ଣାୟକ ଟେଷ୍ଟ ଜାନୁୟାରୀ ୩ ତାରିଖ ଠାରୁ ଆରମ୍ଭ ହେବ । ଏଥିପାଇଁ ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଜୋରଦାର ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ସିରିଜ ଜିତି ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ଆଉ ସେପଟେ ଶେଷ ମ୍ୟାଚ୍ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ଅଷ୍ଟ୍ରେଲିଆ ।