ଟ୍ରେନ ଯାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତାକାଲି ଠାରୁ ପୁଣି ଥରେ ଇ-ଟିକେଟରେ ଲାଗୁ ହେବ ସର୍ଭିସ ଚାର୍ଜ, ଯାତ୍ରୀଙ୍କୁ ଦେବାକୁ ପଡିବ ଅଧିକ ଟଙ୍କା ।
କନକ ବ୍ୟୁରୋ : ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯାହା ଟ୍ରେନ ଯାତ୍ରୀଙ୍କୁ ବଡ ଝଟକା ଦେବାକୁ ଯାଉଛି । ବିମୁଦ୍ରିକରଣ ପରେ ଟ୍ରେନ୍ ଟିକେଟରୁ ସର୍ଭିସ୍ ଚାର୍ଜ ହଟାଇ ଦିଆଯାଇଥିବା ବେଳେ ସେପ୍ଟେମ୍ବର ୧ରୁ ଏହାକୁ ପୁଣି ଥରେ ଲାଗୁ କରିବାକୁ ଯାଉଛି ରେଳବାଇ । ଡିଜିଟାଲ ପେମେଣ୍ଟର ପ୍ରଚାର ପ୍ରସାର ପାଇଁ ଏହାକୁ ହଟାଇ ଦିଆଯାଇଥିବା ବେଳେ ଏବେ ଏହାକୁ ପୁଣି ଲାଗୁ କରାଯିବା ଖବର ଟ୍ରେନ୍ ଯାତ୍ରୀଙ୍କୁ ବଡ଼ ଝଟକା ଦେଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ବରିଷ୍ଠ ରେଳ ମନ୍ତ୍ରାଳୟ ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ଲାଟଫର୍ମରୁ ବୁକ୍ କରାଯାଉଥିବା ଟିକେଟରେ ସର୍ଭିସ ଚାର୍ଜ ପୁଣି ଥରେ ଲାଗୁ ହେବ । ପୂର୍ବରୁ ଏସି କୋଚ୍ ପାଇଁ ୪୦ଟଙ୍କା ସର୍ଭିସ୍ ଚାର୍ଜ ନିଆଯାଉଥିବା ବେଳେ ସ୍ଲିପର ପାଇଁ ୨୦ଟଙ୍କା ସର୍ଭିସ୍ ଚାର୍ଜ ନିଆଯାଉଥିଲା । ବର୍ତ୍ତମାନ ଏହାକୁ କମାଇ ଦିଆଯିବା ସହ ଏବେ ଯାତ୍ରୀ ଏସି କୋଚ୍ ପାଇଁ ୩୦ଟଙ୍କା ଦେବା ସହ ସ୍ଲିପର ପାଇଁ ୧୫ଟଙ୍କା ସର୍ଭିସ୍ ଚାର୍ଜ ଦେବେ । ଜିଏସଟି ସହ ଏହାକୁ ମିଶା ଯିବ ନାହିଁ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।