ସର୍ଜିକାଲ୍ ଷ୍ଟ୍ରାଇକ୍ ନେଇ କରାଯାଇଛି ଆବଶ୍ୟକତାଠୁ ଅଧିକ ପ୍ରଚାର୍ ! ରାହୁଲ କହିଲେ, ହମଲାର ରାଜନୈତିକ ଲାଭ ଉଠାଇଛନ୍ତି ମୋଦି  ।

155

କନକ ବ୍ୟୁରୋ : ଆବଶ୍ୟକତାଠାରୁ ଅଧିକ ପ୍ରଚାର କରାଯାଇଛି ସେନା କରିଥିବା ‘ସର୍ଜିକାଲ ଷ୍ଟ୍ରାଇକ’ । ଏହି ଘଟଣାର ଏତେ ପ୍ରଚାର କରିବା ଆବଶ୍ୟକତା ନଥିଲା । କିଛି ଏଭଳି ବୟାନ ଦେଇଛନ୍ତି ଲେପ୍ଟନାଂଟ ଜେନେରାଲ ଡ଼ିଏସ ହୁଡ୍ଡା  । ୨୦୧୬ ଭାରତର ସର୍ଜିକାଲ ଷ୍ଟ୍ରାଇକ ନେଇ ଅଧିକ ପ୍ରଚାର କରାଯିବା ସହ ରାଜନୀତିକରଣ କରାଯାଇଥିବା  ସେ କହିଛନ୍ତି  । ଚଣ୍ଡିଗଡ଼ରେ ହେଉଥିବା ଏକ ମହୋତ୍ସବରେ ଯୋଗ ଦେବା ଅବସରରେ କିଛି ଏଭଳି କହିଛନ୍ତି ହୁଡ୍ଡା ।

ହୁଡ୍ଡାଙ୍କ ବୟାନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ଥଳସେନା ମୁଖ୍ୟ ବିପିନ ରାୱତ । ଏଭଳି ବ୍ୟକ୍ତିଗତ ବୟାନ ଉପରେ ଟିପ୍ପଣି ଦେବା ଉଚିତ ନୁହେଁ ବୋଲି ସେ କହିଛନ୍ତି  । ତେବେ ସର୍ଜିକାଲ ଷ୍ଟ୍ରାଇକରେ ହୁଡ୍ଡାଙ୍କର ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ତାଙ୍କ ବୟାନକୁ  ସମ୍ମାନ ଦେଉଛି ବୋଲି ବିପିନ ରାୱତ କହିଛନ୍ତି  ।

ସେପଟେ ସଜିକାଲ ଷ୍ଟ୍ରାଇକୁ ନେଇ ନେଇ ହୁଡ୍ଡା ଦେଇଥିବା ବୟାନ ଉପରେ ଟୁଇଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ହୁଡ୍ଡା ଜଣେ ସଚ୍ଚୋଟ ସେନାଧିକାରୀ ତେଣୁ ତାଙ୍କ ଉପରେ ପୂରା ଦେଶ ଗର୍ବିତ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ଷେପ କରି ରାହୁଲ କହିଛନ୍ତି କି ମିଷ୍ଟର ୩୬ ସେନାକୁ ନିଜସ୍ୱ ସମ୍ପତି ଭାବେ ବ୍ୟବହାର କରୁଛନ୍ତି ଯାହାକି ଅତ୍ୟନ୍ତ ଲଜ୍ଜାର ବିଷୟ । ସର୍ଜିକାଲ ଷ୍ଟ୍ରାଇକ୍ ମୋଦିଙ୍କୁ ରାଜନୈତିକ ଫାଇଦା ଉଠାଇଥିବେଳେ ରାଫେଲ ଡିଲରେ ଅନୀଲ ଅମ୍ବାନୀଙ୍କୁ ୩୦ହଜାର କୋଟି ଦେଇଥିବା କହିଛନ୍ତି ରାହୁଲ  । ରାହୁଲଙ୍କ ଏହି ଟ୍ୱିଟ୍ ପରେ ଏହାକୁ ନେଇ ତେଜିଛି ରାଜନୀତି ।