ସେୟାର ମାର୍କେଟରେ ନୂଆ ଇତିହାସ : ସେନସେକ୍ସ ପ୍ରଥମ ଥର ପାଇଁ ଅତିକ୍ରମ କଲା ୪୯ ହଜାର ପଂଏଟ

ଅର୍ଥନୀତିରେ ସୁଧାର ଓ ବିଦେଶୀ ନିବେଶ ଯୋଗୁଁ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ

87

କନକ ବ୍ୟୁରୋ : ସେୟାର ବଜାରରେ ନୂଆ ରେକର୍ଡ । ଆଜି ସପ୍ତାହର କାରବାରର ଆରମ୍ଭରେ ସେନସେକ୍ସ ନୂଆ ରେକର୍ଡ କରିଛି । ପ୍ରଥମଥର ଲାଗି ଏହା ୪୯ ହଜାର ପଂଏଟ ଅତିକ୍ରମ କରିଛି । ଆଜି କାରବାର ଆରମ୍ଭ ହେବା ମାତ୍ରେ ସେନସେକ୍ସ ୨୩୩ ଦଶମିକ ୮୯ ପଂଏଟ ବୃଦ୍ଧି ପାଇ ୪୯ ହଜାର ଅତିକ୍ରମ କରିଥିଲା । ସେହିଭଳି ନିଫଟି ବି ୧୪ ହଜାର ୫ ଶହ ପଂଏଟ ଅତିକ୍ରମ କରିଛି । ଅର୍ଥନୀତିରେ ସୁଧାର ଓ ବିଦେଶୀ ନିବେଶ ଯୋଗୁଁ ସେୟାର ମାର୍କେଟରେ ଏଭଳି ଉତ୍ସାହ ଦେଖିବାକୁ ମିଳିଛି ।