ରେକର୍ଡ ସ୍ତରରେ ପହଂଚିଲା ସେନସେକ୍ସ ଓ ନିଫ୍ଟି । ସେନସେକ୍ସ ୩୩ହଜାର ଛୁଇଁବା ବେଳେ ୧୦ହଜାରରେ ନିଫ୍ଟି

22

କନକ ବ୍ୟୁରୋ : ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ଓ ନିଫ୍ଟିରେ ଆଜି ରେକର୍ଡ ବୃଦ୍ଧି ଘଟିଛି । ବିଏସଇ ସୂଚକାଙ୍କ ୩୩ ହଜାର ଅଙ୍କ ଛୁଇଁଥିବା ବେଳେ ନିଫ୍ଟି ୧୦ ହଜାରରେ ପଂହଚିଛି । ଆଜି କାରବାର ଆରମ୍ଭ ହେବାମାତ୍ରେ ବିଏସଇ ସୂଚକାଙ୍କ ୩୮୭ ଦଶମିକ ୯୬ ପଏଂଟ ବଢି ୩୩ ହଜାର ୧୧୭ରେ ପହଂଚିଥିଲା । ସେହିଭଳି ନିଫ୍ଟିରେ ମଧ୍ୟ ୧୧୩ ଦଶମିକ ୪୫ ପଏଂଟ ବଢି ୧୦ହଜାର ୩୪୦ ପଏଂଟ ୫୫ରେ ପହଂଚିଥିଲା । ବିଶେଷକରି ଏସବିଆଇ, ଆକ୍ସିସ ବ୍ୟାଙ୍କ ଓ ଆଇସିଆଇସିଆଇ ବ୍ୟାଙ୍କର ସେୟାରରେ ଭଲ ବୃଦ୍ଧି ଘଟିଛି । ଗତକାଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆର୍ଥିକ ଅବସ୍ଥାକୁ ସୁଧାରିବାକୁ କିଛି ପଦକ୍ଷେପ ଘୋଷଣା କରିଥିଲେ । ଏହାର ପ୍ରଭାବ ଆଜି ଷ୍ଟକ ଏକ୍ସଚେଞ୍ଜରେ ଦେଖିବାକୁ ମିଳିଛି ।