ଇସ୍ତାହାର କମିଟିରୁ ବହିଷ୍କାର ପରେ ଶ୍ରୀକାନ୍ତଙ୍କ ପଦକ୍ଷେପ ! ପିସିସିର ସବୁ କମିଟିରୁ ଦେଲେ ଇସ୍ତଫା, ଆଗକୁ କ’ଣ ହେବ ଶ୍ରୀକାନ୍ତଙ୍କ ଭବିଷ୍ୟତ ?

ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସବୁ କମିଟିରୁ ଶ୍ରୀକାନ୍ତ ଜେନାଙ୍କ ଇସ୍ତଫା

561

କନକ ବ୍ୟୁରୋ: ବଢ଼ିଲା କଂଗ୍ରେସ କଳି  । ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସବୁ କମିଟିରୁ ଶ୍ରୀକାନ୍ତ ଜେନା ଇସ୍ତଫା ଦେଇଥିବା ସୂଚନା ମିଳିଛି । ପ୍ରଦେଶ କଂଗ୍ରେସର କାର୍ଯ୍ୟକାରିଣୀ ଓ ନିର୍ବାଚନ କମିଟିର ସଦସ୍ୟ ଥିଲେ ଶ୍ରୀକାନ୍ତ ଜେନା । ତେବେ (ପିସିସି)ର ସବୁ କମିଟିରୁ ଇସ୍ତଫା ନେଇ ଶ୍ରୀକାନ୍ତ ଏଆଇସିସିର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଅବଗତ କରାଇଥିବା ମଧ୍ୟ ଜଣାପଡ଼ିଛି । ଗତ କିଛି ଦିନ ତଳେ ଶ୍ରୀକାନ୍ତଙ୍କୁ ପିସିସି ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଯାଇଥିଲା । ଏବଂ ତାଙ୍କ ସ୍ଥାନରେ ଗଣେଶ୍ୱର ବେହେରାଙ୍କୁ ନିଯୁକ୍ତ କରିଥିଲେ କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧି ।

ଶ୍ରୀକାନ୍ତ ଦଳ ଭିତରେ ଥାଇ ଦଳକୁ ଅଡୁଆରେ ପକାଇବାକୁ ଶ୍ରୀକାନ୍ତ ବାରମ୍ବାର ଉଦ୍ୟମ କରୁଥିବା ଅଭିଯୋଗ ହୋଥିଲା । ଏବଂ ଯାହାର ପ୍ରତିଫଳନ ତାଙ୍କୁ ପିସିସି ଇସ୍ତାହାର ଅଧ୍ୟକ୍ଷ ପଦବୀରୁ ହିଁ ହଟାଯିବା ପରେ ସ୍ପଷ୍ଟ ହୋଇଥିଲା । ପିସିସି ପୁନର୍ଗଠନ ହେବା ପରେ ପରେ ଓଡିଶାରେ ଜଣେ ଦଳିତଙ୍କୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରୁ ବୋଲି ପ୍ରସ୍ତାବ ଦେଇ ପ୍ରଥମେ ବିବାଦୀୟ ହୋଇପଡ଼ିଥିଲେ ଶ୍ରୀକାନ୍ତ । ଏହାସହ କୃଷ୍ଣ ସଗରିଆଙ୍କୁ ମଧ୍ୟ ଶ୍ରୀକାନ୍ତ ଉସୁକାଉଥିଲେ ବୋଲି ଦଳରେ ହଟ ଟପିକ୍ ପାଲଟିଥିଲା । ତେବେ ଏନେଇ ପିସିସି ସଭାପତି ପୂର୍ବରୁ ମଧ୍ୟ କହିଥିଲେ ଯେ, ଦଳରେ ବିଶୃଙ୍ଖଳା ବରଦାସ୍ତ କରାଯିବ ନାହିଁ  ।

ତେବେ ବର୍ତ୍ତମାନ ପିସିସିର ସବୁ ପଦବୀରୁ ଶ୍ରୀକାନ୍ତଙ୍କ ଇସ୍ତଫା ଘଟଣା ରାଜ୍ୟ ରାଜନୀତିରେ ହଟ ଚମଟ ସୃଷ୍ଟି କରିଛି । ବର୍ତ୍ତମାନ ପିସିସିକୁ ଏକ ପ୍ରକାର ନା ପସନ୍ଦ କରୁଛନ୍ତି ଶ୍ରୀକାନ୍ତ ବୋଲି ରାଜନୀତି କରିଡ଼ରରେ ଗସିପ୍ ଟପିକ୍ ପାଲଟିଛି । ଆଗକୁ ୨୦୧୯ ନିର୍ବାଚନ ପାଖେଇ ଆସୁଥିବାବେଳେ କଂଗ୍ରେସ ଘର ସଜାଡ଼ି ହେଉନଥିବାବେଳେ ଏବେ ଶ୍ରୀକାନ୍ତ ଏଭଳି ନିଷ୍ପତି ଦଳକୁ ଫାଇଦା ଦେବ ନାଁ ଆଗକୁ ସମସ୍ୟା ସୃଷ୍ଟି କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।