କନକ ବ୍ୟୁରୋ : ଗୃହରେ ଭୁଲ୍ ତଥ୍ୟ ରଖିଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ନାଁରେ ସ୍ୱାଧୀକାର ଭଙ୍ଗ ନୋଟିସ୍ ଆଣିଲେ କଂଗ୍ରେସ ବିଧାୟକ ଦଳ ନେତା । ନରସିଂହ ମିଶ୍ର କହିଛନ୍ତି, ହାଇକୋର୍ଟଙ୍କ ତତ୍ୱାବଧାନରେ ଜଷ୍ଟିସ ଜେପି ଦାସଙ୍କ ଦ୍ୱାରା ନିଯୁକ୍ତି ଏକ ଜୁଡିସିଆଲ ଅର୍ଡର ନୁହେଁ । କିନ୍ତୁ ଉତ୍ତରପ୍ରଦେଶର ଲଖୀମପୁର ଖେରୀ ଘଟଣାକୁ ପ୍ରିସିଡେନସି ଭାବେ ନିଆଯାଇଛି ।

Advertisment

ଖେରୀ ଘଟଣାରେ ଜୁଡିସିଆଲ ଅର୍ଡର ଥିଲା କିନ୍ତୁ ଜେପି ଦାସ ନିଯୁକ୍ତି ଜୁଡିସିଆଲ ଅର୍ଡର ନଥିଲା ତେଣୁ ଗୃହକୁ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଛି ବୋଲି ନରସିଂହ ମିଶ୍ର କହିଛନ୍ତି । ନବ ଦାସ ହତ୍ୟା ଘଟଣାରେ କ'ଣ ଷଡଯନ୍ତ୍ର ହୋଇଛି, ପ୍ରଶ୍ନର ଉତ୍ତରରେ ଷଡଯନ୍ତ୍ର କଥା କୁହାଯାଇଛି କିନ୍ତୁ ହତ୍ୟା ଘଟଣାରେ କାହାକୁ ସନ୍ଦେହ କରାଯାଉଛି, ସେ ନେଇ ଉତ୍ତରରେ କିଛି ସ୍ପଷ୍ଟ କରାଯାଇନାହିଁ ବୋଲି ଅଭିଯୋଗ ଆଣିଛନ୍ତି ନରସିଂହ ମିଶ୍ର । ଏହା ଉପରେ ନୋଟିସ୍ ପାଇ ଅନୁଧ୍ୟାନ କରାଯାଉଥିବା କହିଛନ୍ତି ବାଚସ୍ପତି । ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ନାଁରେ ନରସିଂହ ମିଶ୍ର ଆଣିଥିବା ସ୍ୱାଧୀକାର ଭଙ୍ଗ ନୋଟିସ୍ ନେଇ ଜବାବ ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।