ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ବଳଙ୍କ ଆତ୍ମହତ୍ୟା : ମୃତଦେହ ନିକଟରୁ ସୁଇସାଇଡ ନୋଟ୍ ଜବତ କଲା ପୋଲିସ

159

କନକ ବ୍ୟୁରୋ : ରାଉରକେଲାରେ ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ବଳଙ୍କ ଆତ୍ମହତ୍ୟା । ଡେଲି- ମାର୍କେଟ ହରିୟାଣା ଭବନ ଲେନ ସ୍ଥିତ ବାସଭବନରେ ବେକରେ ରଶି ଲଗାଇ ଜୀବନ ହାରିିଥିବା ସୂଚନା ମିଳିଛି । ଓକିଲ ସଂଘର ପୂର୍ବତନ ସଭାପତି ଥିଲେ ରମେଶ । ଏହା ସହ ସେ ରାଉରକେଲାର ପୂର୍ବତନ ଉପନଗରପାଳ ଥିଲେ । ସେ ବିଭିନ୍ନ ସାମାଜିକ ସଂଗଠନ ସହ ଜଡ଼ିତ ଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଛାନଭିନ ଜାରି ରଖିଛି ।

ଆଇନଜୀବୀଙ୍କ ମୃତଦେହ ନିକଟରୁ ସୁଇସାଇଡ ନୋଟ୍ ଜବତ କରିଛି ପୋଲିସ । ଚିଠିରେ ଲେଖାଅଛି, ତାଙ୍କର ଭୁଲ ନିଷ୍ପତ୍ତି ଯୋଗୁଁ କଳିଙ୍ଗ ବିହାରର ୩ କୋଟି ଟଙ୍କାର ସମ୍ପତି ଚାଲିଗଲା । ଏପରିକି ତାଙ୍କ ଭୁଲ ନିଷ୍ପତ୍ତି ପାଇଁ ବଡ଼ ପୁଅ ବିବାହ ପରେ ଦୂରେଇ ଗଲା । ଘରେ ଶାଶୁ, ଦେଢ଼ ଶାଶୁ ଓ ସ୍ତ୍ରୀ ତାଙ୍କ ପାଇଁ ହଇରାଣ ହେଉଛନ୍ତି ବୋଲି ଚିଠିରେ ଲେଖିଛନ୍ତି । ଏପରିକି ଡାଇବେଟିସ୍ ପାଇଁ ଖାଦ୍ୟରେ ରେଷ୍ଟ୍ରିକ୍ସନ ପାଇଁ ତାଙ୍କ ସ୍ତ୍ରୀ ବହୁତ ହଇରାଣ ହେଉଛି ।

ତାଙ୍କର କିଡନୀ ଇନଫେକସନ ହୋଇଯାଇଛି । ବ୍ଲଡ ପ୍ରେସର ମଧ୍ୟ ବଢ଼ି ଗଲାଣୀ । ୧୫ କିଲୋ ଓଜନ କମିଯିବାରୁ ପ୍ୟାଣ୍ଟ, ସ୍ୟାର୍ଟ ଢ଼ିଲା ହୋଇ କଦର୍ଯ୍ୟ ଦେଖା ଯାଉଥିବା ଲେଖିଛନ୍ତି । ତାଙ୍କ ପାଖରେ କେହି ବେଶୀ ସମୟ ରହିବାକୁ ଭଲ ପାଉନାହାନ୍ତି । ତେଣୁ ବିତସ୍ପୃହ ହୋଇ ଏହି ପନ୍ଥା ବାଛି ନେଲି । ଓକିଲ ଭାଇ ଭଉଣୀମାନେ ତାଙ୍କ କ୍ଷମା କରିଦେବା ଲେଖିବା ସହ କୌଣସି ଉପାୟ ନପାଇ ଏହି ପନ୍ଥା ବାଛି ନେଇଥିବା ଲେଖିଛନ୍ତି । ଚିଠିର ଶେଷରେ ତାଙ୍କର ଆତ୍ମହତ୍ୟା ପାଇଁ କେହି ଦାୟୀ ନୁହନ୍ତି ବୋଲି ବରିଷ୍ଠ ଆଇନିଜୀବୀ ସ୍ପଷ୍ଟ ଲେଖିଛନ୍ତି ।