ବିକ୍ରି ହେବ ବିଜୟ ମାଲ୍ୟାଙ୍କ ଦାମୀ କାର : ତଦନ୍ତକାରୀ ସଂସ୍ଥାକୁ ବ୍ରିଟେନ୍ ଅଦାଲତଙ୍କ ନିର୍ଦ୍ଦେଶ, ବିଳାସମୟ କାର ବିକ୍ରି ଅର୍ଥରେ ସୁଝାଯାଉ ବ୍ୟାଂକ ରୁଣ

39

କନକ ବ୍ୟୁରୋ : ବିକ୍ରି ହେବ ମଦସମ୍ରାଟ ବିଜୟ ମାଲ୍ୟାଙ୍କ ୬ଟି ଦାମୀ କାର । ବ୍ରିଟେନର ଏକ ଅଦାଲତ ମାଲ୍ୟାଙ୍କ କାର ବ୍ରିକି କରିବାକୁ ଅନୁମତି ଦେଇଛନ୍ତି । କାର ବିକ୍ରି ହେଲେ ସେଥିରୁ ଯେଉଁ ଟଙ୍କା ଆସିବ ସେଗୁଡିକ ବ୍ୟାଙ୍କରେ ଦିଆଯିବ । ଭାରତୀୟ ବ୍ୟାଙ୍କ ଗୁଡିକରେ ମାଲ୍ୟାଙ୍କ ଉପରେ ୧୦ ହଜାର କୋଟି ଟଙ୍କାର ବକେୟା ରହିଛି । ଋଣ ପରିଶୋଧ କରିନପାରିବାରୁ ୨୦୧୬ରେ ସେ ଦେଶ ଛାଡି ଲଣ୍ଡନ ଚାଲିଯାଇଥିଲେ ।

ତେବେ ନିଲାମ ହେବାକୁ ଥିବା କାର ଗୁଡିକ ହେଉଛି :
ପୋର୍ଶେ କେନେ, ରେଜିଷ୍ଟ୍ରେସନ ନମ୍ବର ୦୦୦୭ ବିଜେଏମ,
ମୈବେକ ୬୨,( ୨ଟି )
ଫରାରୀ ଏଫ୍-୪୩୦,
ରେଂଜ ରୋଭର,
ମିନି କଂଟ୍ରିମ୍ୟାନ ।
ତେବେ ବ୍ରିଟେନ ଅଦାଲତର ଅଧିକାରୀ ମାଲ୍ୟାଙ୍କ ଏହି କାରଳ ଗୁଡିକର ନିଲାମୀ କରିବେ ।