ଏମିତି ଏକ ଗାଁ । ଯେଉଁଠି କେବଳ ମହିଳା ରୁହନ୍ତି, ସୁରକ୍ଷା ପାଇଁ ବନ୍ଧୁକ ଧରି ଜଗି ରହିଛନ୍ତି ମହିଳା କମାଣ୍ଡୋ । 

374

ଉତ୍ତର ସିରିଆର ଏଭଳି ଏକ ଗାଁ ରହିଛି ଯେଉଁଠି କେବଳ ମହିଳା ରହୁଛନ୍ତି । ଏଠାରେ ପୁରୁଷ ମାନଙ୍କୁ ରହିବାକୁ ଦିଆଯାଇନଥାଏ ।ଏହି ଗାଁକୁ ଏଭଳି ଭାବରେ ବନାଯାଇଛି ଯେ, ଏଠାରେ ସାମାନ୍ୟ ଆବଶ୍ୟକୀୟ ସାମଗ୍ରୀ ପାଇଁ ମଧ୍ୟ ଅନ୍ୟ ଉପରେ ନିର୍ଭର କରିବାକୁ ପଡିନଥାଏ । ଗାଁର ପ୍ରବେଶ ଦ୍ୱାରରେ ସୁରକ୍ଷା ପାଇଁ ମହିଳା ମାନେ ବନ୍ଧୁକ ଧରି ଜଗି ରହିଥାନ୍ତି ।

ମହିଳାଙ୍କ ଏକ ଗ୍ରୁପ ଗତ ଦୁଇ ବର୍ଷ ମଧ୍ୟରେ ଏହି ଗାଁକୁ ସ୍ଥାପନା କରିଛନ୍ତି । କେବଳ ମହିଳା ମାନେ ଏହି ଗାଁକୁ ଶାସନ କରୁଛନ୍ତି । ପୁରୁଷ ମାନଙ୍କୁ ଏଠାରେ ପୂରାଇ ଦିଆଯାଇନଥାଏ । ଗାଁ ସ୍ଥାପନା କରିଥିବା ମହିଳା ଗୋଷ୍ଠୀଙ୍କ କହିବା ଅନୁଯାୟୀ, ଏହା ମହିଳା ସଶକ୍ତିକରଣର ଏକ ଅଂଶ । ଏହି ଗାଁରେ ବାସ କରୁଥିବା ଜେନବ ଗାବେରୀ ନାମକ ମହିଳାଙ୍କ କହିବା ଅନୁଯାୟୀ, ଏହି ଗାଁରେ ପୁରୁଷଙ୍କର କୌଣସି ଆବଶ୍ୟକତା ନାହିଁ । ଏହା କେବଳ ମହିଳାଙ୍କ ପାଇଁ ଯେଉର୍ଠି ମହିଳା ମାନେ ନିଜ ଗୋଡରେ ନିଜେ ଛିଡା ହେବାକୁ ଚାହୁଁଛନ୍ତି ।

ଏହି ଗାଁକୁ ସ୍ଥାପନା କରିବା ପଛରେ ଅର୍ନ୍ତଜାତୀୟ ସ୍ୱେଚ୍ଛାସେବୀ ସାହାର୍ଯ୍ୟ କରିଛନ୍ତି । ଏପରିକି ଗାଁର ଘର ଗୁଡିକୁ ମଧ୍ୟ ମହିଳା ମାନେ ନିର୍ମାଣ କରିଛନ୍ତି । ଏପରିକି ଗାଁ ମଧ୍ୟରେ ମହିଳା ମାନଙ୍କର ଷ୍ଟାଚ୍ୟୁ ମଧ୍ୟ ଲଗାଯାଇଛି । କିଛିବର୍ଷ ପୂର୍ବେ ଏହି କ୍ଷେତ୍ରରେ ଆଇଏସଆଇର ପ୍ରଭାବ ଦେଖିବାକୁ ମିଳିଥିଲା । ଆଇଏସଆଇ ଏହି କ୍ଷେତ୍ରକୁ ଧ୍ୱଂସସ୍ତୁପରେ ପରିଣତ କରିଥିଲେ । ଆଇଏସଆଇ ଏଠାରୁ ନିପାତ ହେବା ପରେ ଏହି କ୍ଷେତ୍ରରେ ଏକ ମହିଳା ଗୋଷ୍ଠୀ ଗାଁ ସ୍ଥାପନା କରିବାକୁ ଚିନ୍ତା କରିଥିଲେ । ଯେଉଁଠାରେ କେବଳ ମହିଳା ମାନେ ରହିପାରିବେ ।