ଯୁବ ଉଦ୍ୟୋଗୀଙ୍କ ନିଆରା ପ୍ରୟାସ: କ୍ଷୀର ଚାଷୀଙ୍କ ଦୁର୍ଦ୍ଦଶାକୁ ଦେଖି ଆରମ୍ଭ କରିଛନ୍ତି ଦୁଗ୍ଧ ଶିତଳିକରଣ କାରଖାନା

194

କନକ ବ୍ୟୁରୋ: ଯୁବ ଉଦ୍ୟୋଗୀଙ୍କ ନିଆରା ପ୍ରୟାସ । କରୋନା ମାହାମାରୀ ସମୟରେ ଦୁଗ୍ଧ ଚାଷୀଙ୍କ ଦୁର୍ଦ୍ଦଶାକୁ ଦେଖି ଅନୁପ୍ରାଣୀତ ହୋଇ ପ୍ରତିଷ୍ଠା କରିଥିଲେ କାରଖାନା । ୨୦୨୧ ଜାନୁଆରୀ ମାସରେ ନୂତନ ଭାବେ ଗଢ଼ିଉଠିଥିବା କାରଖାନା ହାତ ଗଣତି ଚାଷମାନଙ୍କ ଠାରୁ କ୍ଷୀର ସଂଗ୍ରହ କରି କାର୍ଯ୍ୟ ଆରମ୍ଭ କରିଥିଲା । ବର୍ତ୍ତମାନ ନିମାପଡ଼ା, ଗୋପ, ଅସ୍ତରଂଗ, କାକଟପୁର ଏବଂ ନିଆଜୀ ଅଂଚଳରୁ ୨୦ରୁ ଉଦ୍ଧ୍ୱର୍ ‘ଦୁଗ୍ଧ ସମବାୟସମିତି’ ମାଧ୍ୟମରେ ଦୈନିକ ୫ହଜାର ଲିଟର କ୍ଷୀର ସଂଗ୍ରହ କରାଯାଉଛି । ସଂଗୃହୀତ କ୍ଷୀରରୁ ଦୁଇ ପ୍ରକାର କ୍ଷୀର ସହିତ ପେଡ଼ା, ଖଟାଦହି, ମିଠାଦହି, ରାବିଡ଼ି, ଖୁଆ ଏବଂ ଘିଅ ଆଦି ଉତ୍ପାଦନ କରାଯାଇ ଓଡ଼ିଶାର ବିଭିନ୍ନ ସ୍ଥାନକୁ ବିକ୍ରୟ ପାଇଁ ରପ୍ତାନୀ କରାଯାଉଛି ।

କାରଖାନା ପ୍ରତିଷ୍ଠା ହେବାଦ୍ୱାରା ସ୍ଥାନୀୟ ତଥା ବାହାର ଅଂଚଳର ଯୁବକ ଯୁବତୀମାନେ ନିଯୁକ୍ତି ପାଇ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ବର୍ତ୍ତମାନ ଏଠାରେ ୫୦ରୁ ଉଦ୍ଧ୍ୱକର୍ମଚାରୀ କର୍ମନିଯୁକ୍ତି ପାଇଛନ୍ତି । ଏଠାରେ କାର୍ଯ୍ୟକରି ବେଶ ଭଲଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରିପାରୁଛନ୍ତି ।

ନିମାପଡ଼ା କନପୁର ଠାରେ ପ୍ରତିଷ୍ଠା କରାଯାଇଥିବା ‘ଦୁଗ୍ଧଶୀତଳୀ କରଣ କାରଖାନା’ ଯୋଗୁଁ ନିମାପଡ଼ା, ଗୋପ, ଅସ୍ତରଂଗ, କାକଟପୁର ଏବଂ ନିଆଜୀ ଅଂଚଳର ଏକ ହଜାରରୁ ଉଦ୍ଧ୍ୱର୍ ଚାଷୀମାନେ ଲାଭବାନ ହୋଇପାରିଛନ୍ତି । କାରଖାନାକୁ ‘କ୍ଷୀର’ ଦେଇ ଉପଯୁକ୍ତ ମୂଲ୍ୟ ପାଇପାରୁଥିବା କହିଛନ୍ତି ଦୁଗ୍ଧ ଚାଷୀ । ମାତ୍ର ଦେଢ଼ବର୍ଷ ତଳେ ଶିଳ୍ପ ପ୍ରତିଷ୍ଠା କରିଥିବା ଚିନ୍ମୟ ରଞ୍ଜନ ଦାଶ ଆଜି ନିଜକୁ ଜଣେ ସଫଳ ଉଦ୍ୟୋଗୀ ଭାବେ ପରିଚିତ କରିବା ସହିତ ୫୦ଟି ପରିବାର ପାଇଁ ସାଜିଛନ୍ତି ଅନ୍ନ୍ଦାତା ।