କନକ ବ୍ୟୁରୋ: ଏଲନ୍ ମସ୍କଙ୍କ କମ୍ପାନୀ ଟେସଲା ଏହାର ହ୍ୟୁମାନୋଇଡ୍ ରୋବଟ୍ ଅପ୍ଟିମସର ଏକ ଭିଡିଓ ସେୟାର କରିିଛି । ଯେଉଁଥିରେ ରୋବଟକୁ ଘର କାମଠାରୁ ଆରମ୍ଭ କରି ସୂର୍ଯ୍ୟ ନମସ୍କାର ଓ ଯୋଗ କରୁଥିବାର ଦେଖିବାକୁ ମିଳୁଛି ।

Advertisment

ଭିଡିଓର କିଛି ମିନିଟ୍ ଯାଏଁ ରୋବଟ୍ ଘରର କିଛି କାମ କରୁଥିବା ଦେଖିବାକୁ ମିଳୁଛି । ଏବଂ ପରେ ସନ୍ତୁଳନ ରକ୍ଷା କରି ଯୋଗ କରୁଥିବା ଦେଖାଯାଉଛି । ଟେସଲା ଅପ୍ଟିମସ୍ ଦ୍ୱାରା ପ୍ରସ୍ତୁତ ଭିଡିଓ ଅନୁସାରେ ଏହି ରୋବଟର ହାତ ଗୋଡ ଆପେ ଆପେ କାମ କରିବ । ଏହାସହ ରୋବଟ ମଣିଷ ପରି ଘର କାମ କରିପାରିବ । ଏହାକୁ ଟେସଲାର ଅଫିସିଆଲ ଆକାଉଣ୍ଟରୁ ସେୟାର କରାଯାଇଛି ।

ଏଲନ୍ ମସ୍କ ଏହି ଭିଡିଓ ସେୟାର କରିବା ପରେ ନେଟିଜେନ୍ସମାନେ ତାଙ୍କୁ ସକରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି ।