କନକ ବ୍ୟୁରୋ : ସାରା ଦେଶରେ କରୋନା ଭୂତାଣୁର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ସଂକ୍ରମଣ ବଢୁଥିବା ବେଳେ କଡା ପଦକ୍ଷେପ ଗ୍ରହଣ କରିଛି ମୁମ୍ବାଇ । ମୁମ୍ବାଇରେ ଆଜିଠାରୁ ଅର୍ଥାତ ଡିସେମ୍ବର ୩୦ରୁ ଆସନ୍ତା ଜାନୁଆରୀ ୭ ତାରିଖ ଯାଏଁ ଲାଗୁ ହୋଇଛି ୧୪୪ ଧାରା । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି । ଏପରିକି ନୂଆବର୍ଷ ଉତ୍ସବ ଉପରେ ମଧ୍ୟ କଟକଣା ଲାଗିଛି ।

Advertisment

ଜାରି ହୋଇଥିବା କଟକଣା ଅନୁଯାୟୀ, ଖୋଲା ସ୍ଥାନ କିମ୍ବା ହୋଟେଲରେ ହୋଇପାରିବ ନାହିଁ ସେଲିବ୍ରେସନ । ସେହିପରି ହୋଟେଲ, ରେଷ୍ଟ୍ରୁରାଣ୍ଟ, ବାର୍, ରିସର୍ଟ, କ୍ଲବରେ ମଧ୍ୟ ସେଲିବ୍ରେସନ ଉପରେ କଟକଣା ଲାଗିଛି । ଆସନ୍ତା ଜାନୁଆରୀ ୭ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ ।