ରଙ୍ଗ ନୁହେଁ ରକ୍ତ ! ଜାଣନ୍ତୁ କାହିଁକି ରକ୍ତରେ ଲାଲ ହେଲା ସମୁଦ୍ରର ପାଣି

37

ସ୍କଟଲାଣ୍ଡରୁ ପାଖାପାଖି ୨୦୦ ମାଇଲ ଦୂରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ପୂରା ବିଶ୍ୱବାସୀଙ୍କୁ ବିଚଳିତ କରିଛି । ଏଠାରେ ଥିବା ଫଓରୀ ଦ୍ୱୀପର ପାଣି ଲାଲ ହୋଇଯିବାର ଦୃଶ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏହା କୌଣସି ରଙ୍ଗ ନୁହେଁ ବରଂ ଡଲଫିନଙ୍କୁ ଶିକାର କରିବା ପରେ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଯାହାକୁ ନେଇ ବିଭିନ୍ନ ପଶୁଙ୍କ ଉପରେ କାର୍ଯ୍ୟ କରୁଥିବା ସଙ୍ଗଠନ ଗୁଡିକ ପ୍ରଶ୍ନ ଉଠାଇଛନ୍ତି ।

ଏହି ଚିତ୍ରକୁ ଦେଖିଲେ ଲାଗିବ କି ସମୁଦ୍ର ପାଣି ରଙ୍ଗ ଯୋଗୁଁ ଲାଲ ହୋଇଯାଇଛି । କିନ୍ତୁ ପ୍ରକୃତ ଘଟଣା ଅନ୍ୟ କିଛି । ଘଟଣା ଅନୁଯାୟୀ, ଏହି ଦ୍ୱୀପର ସମୁଦ୍ର କୂଳରେ କିଛି ତିମି ମାଛ ଏକାଠି ହୋଇଥିଲେ । ଯାହାକୁ ଶିକାର କରିବା ସହ ମାରି ଦିଆଯାଇଥିଲା ତେଣୁ ସମୁଦ୍ରର ରଙ୍ଗ ଏହି ଡଲଫିନଙ୍କର ରକ୍ତରେ ହିଁ ଲାଲ ହୋଇ ଯାଇଥିଲା । ଯାହା ବିରୋଧରେ ଏବେ ସ୍ୱର ଉଠିଛି ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏଭଳି ଘଟଣା ୩୦ ଜୁଲାଇରେ ଘଟିଛି । ଯେଉଁ ତିମି ମାଛ ଗୁଡିକୁ ମରା ଯାଇଛି ତାହା ସ୍ଥାନୀୟ ଅଞ୍ଚଳରେ ପାଇଲଟ ହ୍ୱେଲ ନାମରେ ଜଣାଶୁଣା । ଖାସକରି ଗ୍ରୀଷ୍ମଦିନେ ଏହି ଦ୍ୱୀପର ଲୋକମାନେ ଏଠାକୁ ଶିକାର କରିବାକୁ ଆସିଥାନ୍ତି । ଆଉ ଏହିଭଳି ଭାବେ ତିମି ମାଛଙ୍କ ଶିକାର କରିବା ଏହି ଅଞ୍ଚଳରେ ବେଆଇନ ନୁହେଁ । ବିବିସି ରିପୋର୍ଟ ଅନୁଯାୟୀ, ଏଠାକାର ଲୋକମାନେ ଏହି ତିମି ମାଛର ମାଂସ ଖାଇଥାନ୍ତି । ଏଭଳି ଘଟଣା ପୂର୍ବରୁ ମଧ୍ୟ ସାମ୍ନାକୁ ଆସିଛି ।