ଭାରତରେ ଏସସିଓ ସମ୍ମିଳନୀ। ସାମିଲ ହେବା ପାଇଁ ପାକିସ୍ତାନକୁ ଦିଆଗଲା ଆମନ୍ତ୍ରଣ।

131

କନକ ବ୍ୟୁରୋ: ଆସନ୍ତା ମାସରେ ଭାରତରେ ହେବ ଏସସିଓ ସମ୍ମିଳନୀ । ଆୟୋଜକ ଦେଶ ଭାରତ ସମ୍ମିଳନୀରେ ସାମିଲ ହେବା ପାଇଁ ପାକିସ୍ତାନକୁ ନିମନ୍ତ୍ରଣ ଦେଇଛି । ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ କ୍ୱାଜା ଆସିଫଙ୍କୁ ଆମନ୍ତ୍ରିତ କରାଯାଇଥିବା ଜଣାପଡିଛି । ଚୀନ, କାଜାଗିସ୍ତାନ, କିର୍ଗିସ୍ତାନ, ପାକିସ୍ତାନ, ରୁଷ, ତାଜାକିସ୍ତାନ, ଉଜବେକିସ୍ତାନ ଏସସିଓ ସମ୍ମିଳନୀରେ ସାମିଲ ହେବେ ।

ସାଂଘାଇ ସହଯୋଗ ସଂଗଠନର ଅଧ୍ୟକ୍ଷତା କରୁଛି ଭାରତ । ଦିଲ୍ଲୀରେ ଏପ୍ରିଲ ମାସରେ ବୈଠକ ଓ ମେ ମାସରେ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ବସିବ । ସେପଟେ ପାକିସ୍ତାନ କହିଛି ଭାରତର ନିମନ୍ତ୍ରଣ ଉପରେ କୌଣସି ନିଷ୍ପତି ନିଆଯାଇନି । ୧୯୯୬ ଏପ୍ରିଲ ୨୬ରେ ଏସସିଓର ଗଠନ ହୋଇଥିଲା । ସଂଗଠନରେ ସାମିଲ ୭ଦେଶଙ୍କ ମଧ୍ୟରେ ଆର୍ଥିକ, ରାଜନୈତିକ, ପ୍ରତିରକ୍ଷା ସହଯୋଗ ବୃଦ୍ଧିକୁ ନେଇ ଆଲୋଚନା କରାଯାଏ ।