କନକ ବ୍ୟୁରୋ : ଆର୍ଟିଫିସିଆଇଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ମଣିଷ ସମାଜ ପାଇଁ ବିପଦ । କାଲିଫର୍ଣ୍ଣିଆର ବୈଜ୍ଞାନିକ ଦାବି କରିଛନ୍ତି, ଯଦି କୃତ୍ରିମ ବୁଦ୍ଧିମତାକୁ ନିୟନ୍ତ୍ରଣ କରାନଗଲେ, ବାସ୍ତବରେ ସମସ୍ତଙ୍କର ମୃତ୍ୟୁ ହେବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଗବେଷଣା କରୁଥିବା କାଲିଫର୍ଣ୍ଣିଆର ବୈଜ୍ଞାନିକ ଏଲିଜର ୟୁଦକୋସ୍କି । ସେ କହିଛନ୍ତି, ଏଆଇ ଉପରେ ବହୁ ବୈଜ୍ଞାନିକ ଗବେଷଣା କରୁଛନ୍ତି ।

Advertisment

କିନ୍ତୁ ଏହା ଯଦି ବାସ୍ତବରେ ସୁପରହ୍ୟୁମାନ ପରି ବୁଦ୍ଧିମାନ ହୋଇଯାଏ, ତେବେ ବାସ୍ତବରେ ସମସ୍ତଙ୍କ ମୃତ୍ୟୁ ହେବ । ଏହା କେବଳ ସମ୍ଭାବନା ନୁହେଁ ବାସ୍ତବତା ବୋଲି ୟୁଦକୋସ୍କି ଦାବି କରିଛନ୍ତି । କୃତ୍ରିମ ବୁଦ୍ଧିମତା ଏବେ ମଣିଷ ପାଇଁ ବେଶ ସହାୟକ ହେଉଥିଲେ ମଧ୍ୟ ଏହାର ଅନ୍ଧକାର ଦିଗ ରହିଛି । ତାହା ହେଉଛି ଭୁଲ ତଥ୍ୟ, ମିଥ୍ୟା ତଥ୍ୟ. ଡାଟାର ବ୍ୟକ୍ତିଗତ ଗୋପନୀୟତା, ମାଲୱାୟାର ଭଳି ସୁରକ୍ଷା ପ୍ରସଙ୍ଗ ଯୋଡି ହୋଇ ରହିଛି । ଏଆଇ ଏବେ ଶିଶୁ ଅବସ୍ଥାରେ ଅଛି, ଆଗକୁ ବିକଶିତ ହୋଇ ଅତି ବୁଦ୍ଧିମତା ସ୍ତରରେ ପହଂଚିଲେ, ଏଆଇର ବୋଧ ଶକ୍ତି ସୃଷ୍ଟି ହେଲେ ଏହା ମଣିଷ ସମାଜ ପାଇଁ ଖରାପ ଖବର ଆଣିବ ବୋଲି ବୈଜ୍ଞାନିକ ସତର୍କ କରିଦେଇଛନ୍ତି ।