ସର୍ବଶିକ୍ଷା ଅଭିଯାନର ନଗ୍ନ ନମୁନା । ବିପଦ ଶଙ୍କୁଳ ଅବସ୍ଥାରେ ସ୍କୁଲ, ଚାଳିଆ ଘରେ ଗଢ଼ା ହେଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ।

53

କନକ ବ୍ୟୁରୋ: ସର୍ବଶିକ୍ଷା ଅଭିଯାନର ନଗ୍ନ ନମୁନା । ଝାଟିବାଉଁଶ ଘେରା ଚାଳିଆ ଘର ପରେ ରୋଷେଇ ଘରେ ଚାଲିଛି ୫ଟି ଶ୍ରେଣୀର ପାଠପଢା । ଗୋଟିଏ ଘରେ ଚାଲିଛି ୫ଟି ଶ୍ରେଣୀର ପାଠପଢା । ୧୦ବର୍ଷ ହେବ ଏମିତି ଦୟନୀୟ ସ୍ଥିତିରେ ଚାଲିଛି ପାଠପଢା । ପାଣି ଘେରରେ ପଶି ପିଲାଏ ଆସୁଛନ୍ତି ସ୍କୁଲ । ହେଲେ ନା ଶିକ୍ଷା ବିଭାଗ ନାଁ ପ୍ରଶାସନର ଚେତା ପଶୁଛି । ଏଭିଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଳା ରସୁଲପୁର ବ୍ଳକର ଜିତିପୁର ଗାଁରେ ।

ସୂଚନା ମୁତାବକ ଯାଜପୁର ଜିଲ୍ଳା ରସୁଲପୁର ବ୍ଳକ ଜିତିପୁର ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟରେ ଏଭଳି ଦୟନୀୟ ସ୍ଥିତି । ପାଣି ଘେର ସହିତ ଅସ୍ୱାସ୍ଥ୍ୟକର ପରିବେଷରେ କଚାଲିଛି ସ୍କୁଲ ପିଲାଙ୍କ ପାଠ ପଢ଼ା । ଗୋଟିଏ କୋଠରୀରେ ପୁଣି ୫ଟି କ୍ଲାସରେ ଶିକ୍ଷା ନେଉଛନ୍ତି ଛାତ୍ରଛାତ୍ରୀ । ଶିକ୍ଷକ ଦୁଇଜଣ ଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସର୍ବନିମ୍ନ ସୁବିଧା ମଧ୍ୟ ଏଠାରେ ନଥିବା ଅଭିଯୋଗ ହୋଇଛି । ଗୋଟିଏ ବଖରା  ଘରେ ପାଠପଢା  ଚାଲୁଛି । କେଉଁଠି ସ୍କୁଲ ଚାରିପଟରେ ଜମି ରହିଛି ବର୍ଷା ପାଣି ତ ବିପଦ ସଙ୍କୁଳ ଅବସ୍ଥାରେ ସ୍କୁଲ ସମ୍ମୁଖରେ ଓହଳିଛି ହାଇଭୋଲଟେଜ ବିଦ୍ୟୁତ୍ ତାର । ପ୍ରତିଦିନ ପିଲାମାନେ ଓ ଶିକ୍ଷକ ଏଭଳି  ଅବସ୍ଥାରେ ବିଦ୍ୟାଳୟକୁ ଆସୁଛନ୍ତି ।

school problemଏ ବିଦ୍ୟାଳୟ କୌଣସି ଦୁର୍ଗମ ଜିଲ୍ଳାର ନୁହେଁ । ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଳାର ଏକ ସ୍କୁଲ । ୩୦ଜଣ ଛାତ୍ର/ଛାତ୍ରୀଙ୍କୁ ନେଇ ଦଶ ବର୍ଷ ହେବ ଚାଲିଛି ଏ ଭଳି ଶିକ୍ଷାଦାନ । ଖରା ବର୍ଷାରେ ଏକ ଅସ୍ୱାସ୍ଥ୍ୟକର ପରିବେଶରେ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟକୁ କାହାର ନିଘା ନାହିଁ । ବିଭିନ୍ନ ସମୟରେ ଉଚ୍ଚ ପଦାଧିକାରୀ ବିଦ୍ୟାଳୟକୁ ଗସ୍ତରେ ଆସୁଥିଲେ ମଧ୍ୟ ବିଦ୍ୟାୟଳର ପୂର୍ଣାଙ୍ଗ ଘର କଥା କେବଳ ଆଲୋଚନାରେ ସିମୀତ ରହିଛି । ସେପଟେ ବିଦ୍ୟାଳୟର ସମସ୍ୟା ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବୁ ବୋଲି କହିଛନ୍ତି ବିଡିଓ ।