କାଲିଠାରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର : ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ନେଲେ ନିଷ୍ପତି

ମହାନଦୀରେ ସାମ୍ଭାବ୍ୟ ବନ୍ୟା ପାଇଁ ଛତିଶଗଡ଼କୁ ଦାୟୀ କଲା ବିଜେଡି, ବିଜେପି ରଖିଲା ଜବାବ

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ କାରଣରୁ ଏହି ନିଷ୍ପତି ନେଇଛନ୍ତି ସରକାର । ଏହି ନିର୍ଦ୍ଦେଶନାମା ଜାରି କରି ମେ ୨ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି ।

ଏହା ପରେ ମେ ୩ ତାରିଖରୁ ଜୁନ୍ ୧୮ ତାରିଖଯାଏଁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଜୁନ୍ ୧୯ ତାରିଖରେ ସ୍କୁଲ ଖୋଲିବ । ଅନେକ ଜିଲ୍ଲାରେ ତାପମାତ୍ରା ୪୨ ଡିଗ୍ରୀ ଟପି ଥିବାରୁ ଏହି ନିଷ୍ପତି ନିଆଯାଇଥିବା ଗଣଶିକ୍ଷା ବିଭାଗ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe