ଅଚାନକ ସ୍କୁଲରେ ପହଞ୍ଚିଲେ, ପିଲାଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ ଖାଇଲେ ମନ୍ତ୍ରୀ ।

34

କନକ ବ୍ୟୁରୋ : ମନ୍ତ୍ରୀ ଖାଇଲେ ମଧ୍ୟାହ୍ନ ଭୋଜନ । ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ର । ଆଜି କେନ୍ଦୁଝରର ଡିଏନ ହାଇସ୍କୁଲରେ ଅଚାନକ ପହଞ୍ଚି ଥିଲେ ଗଣଶିକ୍ଷା ମନ୍ତ୍ରୀ । ଆଉ ସ୍କୁଲ ପରିଦର୍ଶନ ପରେ ମଧ୍ୟାହ୍ନ ଭୋଜନ ଖାଇବାକୁ ସ୍ଥିର କରିଥିଲେ । କାରଣ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଅନେକ ସମୟରେ ନିମ୍ନ ମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଅଭିଯୋଗ ହେଉଥିଲା । ତେଣୁ ସ୍କୁଲରେ ଦିଆଯାଉଥିବା ଖାଦ୍ୟର ମାନ ପରଖିବା ପାଇଁ ମିଡ ଡେ ମିଲ ଖାଇଥିଲେ ମନ୍ତ୍ରୀ । ସ୍କୁଲ ପିଲାଙ୍କ ସହ ତଳେ ବସି ମଧ୍ୟାହ୍ନ ଭୋଜନ ଖାଇବା ସହ ପିଲାଙ୍କୁ ଖାଦ୍ୟ ଉପରେ ପଚାରି ବୁଝିଥିଲେ ।

ଏହାପୂର୍ବରୁ ସୁନ୍ଦରଗଡର ଜିଲ୍ଲାପାଳ ସୁରେନ୍ଦ୍ର ମୀନା ଓ ନୂଆପଡାର ଜିଲ୍ଲାପାଳ ଡକ୍ଟର ପୋମ୍ମା ଟୁଡୁ ମଧ୍ୟ ପିଲାମାନଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇ ଚର୍ଚ୍ଚାକୁ ଆସିଥିଲେ । ଜିଲ୍ଲାପାଳଙ୍କ ଏଭଳି ଉଦ୍ୟମକୁ ଢେର ପ୍ରଂଶସା ମଧ୍ୟ କରିଥିଲେ ଲୋକେ । ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀଙ୍କ ଏଭଳି ପ୍ର୍ରୟାସ ଆଗାମୀ ଦିନରେ ମଧ୍ୟାହ୍ନ ଭୋଜନର ସ୍ଥିତି ସୁଧାରି ପାରୁଛି କି ନାହିଁ ତାଉପରେ ନଜର ।