ଓଡିଶା ସରକାରଙ୍କ ଛୁଟି ଘୋଷଣା : ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଛୁଟି ଘୋଷଣା କଲେ ରାଜ୍ୟ ସରକାର

42

କନକ ବ୍ୟୁରୋ : ଆରପାରିରେପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ । ଅଟଳଙ୍କ ବିୟୋଗରେ ଆସନ୍ତାକାଲି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହାର ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର । ଆସନ୍ତାକାଲି ସମସ୍ତ ସ୍କୁଲ ଓ କଲେଜ ଛୁଟି ରହିବ । ଏହାବ୍ୟତୀତ ୩ଟି ରାଜ୍ୟ- ପଂଜାବ, ବିହାର ଓ ଦିଲ୍ଲୀରେ ବି ଛୁଟି ଘୋଷଣା ହୋଇଛି । ଆସନ୍ତାକାଲି ଦିଲ୍ଲୀରେ ବନ୍ଦ ରହିବ ସରକାରୀ ଅଫିସ ଓ ସ୍କୁଲ । ଏହାସହ ୭ ଦିନିଆ ରାଷ୍ଟ୍ରୀୟ ଶୋକ ମଧ୍ୟ ଘୋଷଣା କରିଛନ୍ତି ସରକାର ।

ସୂଚନା ଯୋଗ୍ୟ, ଭାରତ ରାଜନୀତିରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଥିବା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପରଲୋକ । ୯୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି ଅପରାଜେୟ ନେତା ଅଟଳବିହାରୀ ବାଜପେୟୀ । ଗତ ୯ ସପ୍ତାହ ଧରି ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ଗୁରବାର ସନ୍ଧ୍ୟା ୫ଟା ୫ ମିନିଟରେ ଇହଧାମ ତ୍ୟାଗ କରିଛନ୍ତି ବାଜପେୟୀ । ତେବେ ତାଙ୍କର ଶେଷ ଦର୍ଶନ ପାଇଁ ମେଡିକାଲ ବାହାରେ ସମର୍ଥକ ଭିଡ ଲାଗିଛି । ତାଙ୍କ ବିୟୋଗରେ ସାରା ଭାରତରେ ଶୋକର ଛାୟା ଖେଳିଯାଇଛି ।

ଶ୍ରୀ ବାଜପେୟୀଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି। କବି, ଦାର୍ଶନିକ, ରାଜନେତା ଅଟଳ ବିହାରୀ ବାଜପେୟୀଙ୍କ ପରି ଜଣେ ପ୍ରିୟପୁତ୍ରକୁ ହରାଇ ଆଜି ଭାରତର ଜନସାଧାରଣ ଶୋକାଭିଭୂତ ହୋଇ ପଡ଼ିଛନ୍ତି। କିଡନୀରେ ସଂକ୍ରମଣ, ଛାତି ଯନ୍ତ୍ରଣା, ପରିଶ୍ରାର ପରିମାଣ ମାତ୍ରଧିକ ଭାବରେ କମିଯିବାରୁ ଗତ ଜୁନ୍ ୧୧ରେ ବାଜପେୟୀଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତି କରାଯାଇଥିଲା । ସେବେଠାରୁ ବାଜପେୟୀଙ୍କୁ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା । ମଙ୍ଗଳବାର ବାଜପେୟୀଙ୍କ ସ୍ୱାସ୍ଥ୍ୟବସ୍ଥାର ଗୁରୁତର ଅବନତି ଦେଖା ଦେବା ପରେ ଗତକାଲି ସନ୍ଧ୍ୟାରୁ ଏମ୍ସ ହସ୍ପିଟାଲରେ ନେତାଙ୍କ ଭିଡ ଲାଗିରହିଥିଲା ।