ଏସବିଆଇ ଗ୍ରାହକଙ୍କ ପାଇଁ ଆଜିଠାରୁ ବଦଳିଲା ନିୟମ : ଫୋନ ନମ୍ବର ରେଜିଷ୍ଟ୍ରେସନ କରିନଥିଲେ ବ୍ୟବହାର କରିହେବନି ଇଂଟରନେଟ ବ୍ୟାଙ୍କିଂ

ବଡି ୱାଲେଟରେ ଥିବା ବାଲାନ୍ସ ହୋଇପାରିବନି ବ୍ୟବହାର

360

ଆଜିଠାରୁ ଏସବିଆଇ ଗ୍ରାହକଙ୍କ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ଯେଉଁ ନିୟମ ବିଷୟରେ ଗ୍ରାହକ ଜାଣିବା ନିହାତି ଜରୁରୀ । ପରିବର୍ତ୍ତନ ବିଷୟରେ ଅଇଜ୍ଞଚ୍ଛ ନହେଲେ ଗ୍ରାହକ ଅସୁବିଧାର ସମ୍ମୁଖୀନ ହେବେ । ଷ୍ଟେଟ୍ ବ୍ୟାଙ୍କ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ପାଇଁ ଯେଉଁ ଗ୍ରାହକମାନେ ମୋବାଇଲ୍ ନମ୍ବର ପଞ୍ଜୀକୃତ କରିନଥିବେ ସେମାନେ ଅସୁବିଧା ସାମ୍ନା କରିବେ। ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ପାଇଁ ମୋବାଇଲ୍ ନମ୍ବରକୁ ଷ୍ଟେଟ୍ ବ୍ୟାଙ୍କ ବାଧ୍ୟତାମୂଳକ କରିଛି ।

image courtesy – www.deccanchronicle.com

ମୋବାଇଲ୍ ନମ୍ବର ପଞ୍ଜୀକରଣର ଶେଷ ତାରିଖ ନଭେମ୍ବର ୩୦ ଥିଲା । ଷ୍ଟେଟ୍ ବ୍ୟାଙ୍କ ଜରିଆରେ ପେନ୍ସନ୍ ଟଙ୍କା ହାସଲ କରୁଥିବା ପେନସନଭୋଗୀ ଜୀବନ ପ୍ରମାଣପତ୍ର ଦାଖଲ କରିନଥିଲେ ଅସୁବିଧା ସାମ୍ନା କରିବେ । ନଭେମ୍ବର ୩୦ ସୁଦ୍ଧା ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା ।

source : sakshi.com

ଏସ୍ବିଆଇ ବଡି ୱାଲେଟରେ ବାଲାନ୍ସ ରଖିଥିବା ଗ୍ରାହକମାନେ ଯଦି ନଭେମ୍ବର ୩୦ ସୁଦ୍ଧା ତାହାକୁ ଉଠାଇନଥିବେ ତେବେ ଅସୁବିଧା ସାମ୍ନା କରିବେ । କାରଣ ଏସ୍ବିଆଇ ବଡିକୁ ଷ୍ଟେଟ୍ ବ୍ୟାଙ୍କ ବନ୍ଦ କରିଦେବ । ଏବିଷୟରେ ବ୍ୟାଙ୍କ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଥିଲା । ଦୀପାବଳିକୁ ଦୃଷ୍ଟିରେ ରଖି ପେନସନ୍ ଉପରେ ଦିଆଯାଉଥିବା ଋଣ ଉପରୁ ଷ୍ଟେଟ୍ ବ୍ୟାଙ୍କ ପ୍ରୋସେସିଂ ଫି’ କୁ ନଭେମ୍ବର ୩୦ ପର‌୍ୟ୍ୟନ୍ତ ଛାଡ଼ କରିଥିଲା । ଡିସେମ୍ବର ପହିଲାରୁ ଏହି ସୁବିଧା ମିଳିବ ନାହିଁ ।