ଡିଜିଟାଲ ଟ୍ରାଞ୍ଜାକ୍ସନକୁ ପ୍ରୋତ୍ସାହିତ କରିବା ପାଇଁ ଏସବିଆଇର ଆଉ ଏକ ପଦକ୍ଷେପ ! ଏନଇଏଫଟି ଓ ଆରଟିଜିଏସ୍ ଚାର୍ଜ ହେଲା ଶସ୍ତା

31

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଇଣ୍ଟରନେଟ ଓ ମୋବାଇଲ ବ୍ୟାଙ୍କିଂକୁ ପ୍ରୋତ୍ସାହିତ କରିବା ପାଇଁ ଆଉ ପଦକ୍ଷେପ ନେଇଛନ୍ତି । ଲଗାତାର ଦ୍ୱିତୀୟ ଥର ପାଇଁ ଡିଜିଟାଲ ଟ୍ରାଞ୍ଜାକ୍ସନକୁ ପ୍ରୋତ୍ସାହନ ଦେଇ ଏକ ବଡ ନିଷ୍ପତ୍ତି ନେଇଛି । ଇଣ୍ଟରନେଟ୍ ବ୍ୟାକିଂ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ  ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର (ଏନଇଏଫଟି) ଓ ରିୟଲ ଟାଇମ ଗ୍ରସ୍ ସେଟେଲମେଣ୍ଟ(ଆରଟିଜିଏସ୍)ରେ କଟୁଥିବା ଚାର୍ଜରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଇଛି । ଏହି ରିହାତି ଆସନ୍ତା ୧୫ ଜୁଲାଇରୁ ଲାଗୁ ହେବ । ଏସବିଆଇ ତରଫରୁ କରାଯାଇଥିବା ଏହି ଛାଡ ପରେ ନେଟ ବ୍ୟାକିଂ ଓ ମୋବାଇଲ ବ୍ୟାକିଂ ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ବହୁ ଫାଇଦା ହେବ ।

ଏନଇଏଫଟି –
ଏନଇଏଫଟିରେ ଏବେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ନେଣଦେଣ ଉପରେ ବ୍ରାଞ୍ଚ ଚ୍ୟାନେଲକୁ ୨.୫୦ ଟଙ୍କା ଦେବାକୁ ପଡ଼ିବ । ଏହାସହ ଇଣ୍ଟରନେଟ କିମ୍ବା ବ୍ୟାଙ୍କିଙ୍ଗ ମାଧ୍ୟମରେ ଟ୍ରାଞ୍ଜାକ୍ସନ ଉପରେ ୧ ଟଙ୍କା ଦେବାକୁ ପଡ଼ିବ । ଏହା ପୂର୍ବରୁ ୧୦,୦୦୦ ରୁ ଏକ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଅନଲାଇନ ଟ୍ରାଞ୍ଜାକ୍ସନ ଉପରେ ୪ ଟଙ୍କା ଦେବାକୁ ପଡ଼ୁଥିଲା, ତାହା ଏବେ ୨ଟଙ୍କା ହୋଇଯାଇଛି ।

ଆରଟିଜିଏସ୍ –
ଆରଟିଏସରେ ୨ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଅନଲାଇନ ଟ୍ରାଞ୍ଜାକ୍ସନ ପାଇଁ ପ୍ରଥମେ ଯେଉଁଠି ୨୦ ଟଙ୍କା ଦେବାକୁ ପଡ଼ୁଥିଲ, ଏବେ ତାହା ତାହା ମାତ୍ର ୫ ଟଙ୍କା ହୋଇଯାଇଛି । ବ୍ରାଞ୍ଚ ଚ୍ୟାନେଲକୁ ଏହି ସେବା ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ । ୫ ଲକ୍ଷରୁ ଅଧିକ ଅନଲାଇନ ଟ୍ରାଞ୍ଜାକ୍ସନ ପାଇଁ ପ୍ରଥମେ ୪୦ ଟଙ୍କା ଦେବାକୁ ପଡ଼ୁଥିଲା, ଯାହା ଏବେ ୧୦ ଟଙ୍କା ହୋଇଯାଇଛି । ଏହାସହ ଏଇଠି କହିରଖୁଛୁ ଏହି ସବୁ ଦରରେ ଜିଏସଟି ସାମିଲ ନାହିଁ ।