ଏସବିଆଇ ଗ୍ରାହକଙ୍କ ପାଇଁ ଜରୁରୀ ଖବର । ଗୋଟିଏ ନମ୍ବରରେ ମିଳିବ ସବୁ ସୁବିଧା

249

କନକ ବ୍ୟୁରୋ: ଆପଣ ଯଦି ଏସବିଆଇର ଗ୍ରାହକ ଅଟନ୍ତି ଆଉ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଆପଣଙ୍କର ଆକାଉଂଟ ଅଛି । ତେବେ ଆପଣଙ୍କ ପାଇଁ ଆସିଛି ଜରୁରୀ ଖବର । ଏଣିକି ଆଉ ଛୋଟମୋଟ କାମ ପାଇଁ ଆପଣଙ୍କୁ ଦୌଡିବାକୁ ପଡିବନି ବ୍ୟାଙ୍କ୍ । ଘରେ ବସି ଅତି ସହଜରେ ଆଉ ସୁବିଧାରେ ଆପଣ କରିପାରିବେ ସବୁକିଛି ବ୍ୟାଙ୍କ୍ କାମ ।

ଦେଶର ସବୁଠୁ ବଡ ବ୍ୟାଙ୍କ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ନିଜ ଗ୍ରାହକଙ୍କ ସୁବିଧା ପାଇଁ ଜାରି କରିଛି ଏକ ଟୋଲ ଫ୍ରି ନମ୍ବର । ଯାହା ହେଉଛି ୧୮୦୦ ୧୨୩୪ । ଏହି ନମ୍ବର ସାହାର୍ଯ୍ୟରେ ଏବେ ପ୍ରତିଟି ଏସବିଆଇ ଗ୍ରାହକ ଆଉ ବ୍ୟାଙ୍କ୍ ନଯାଇ ନିଜର ଜରୁରୀ କାମ ଘରେ ବସି କରିପାରିବେ । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫରୁ ମିଳିଥିବା ସୂଚନା ମୁତାବକ, ୧୮୦୦୧୨୩୪ ଟୋଲ ଫ୍ରି ନମ୍ବରରେ କଲ୍ କରି କିମ୍ବା ମେସେଜ୍ କରି । ଏସବିଆଇ ଗ୍ରାହକମାନେ ଏବେ ବ୍ୟାଙ୍କ୍ ବାଲାନ୍ସ ଚେକ୍ କରିବା ସହିତ ଟ୍ରାଞ୍ଜାକ୍ସନ୍ ଡିଟେଲ୍ସ ମଧ୍ୟ ଜାଣିପାରିବେ । ଏହା ସହିତ ଆକାଉଂଟ ସମ୍ଭନ୍ଧିତ ଅନେକ ଜରୁରୀ ତଥ୍ୟ ମଧ୍ୟ ଏହି ଟୋଲ ଫ୍ରି ନମ୍ବର ସାହାଯ୍ୟରେ ମିଳିପାରିବ ।

କୋଭିଡ୍ କାଳରେ ଲୋକମାନେ ଏବେ ଗହଳି ଜାଗାକୁ ଯିବାକୁ ପସନ୍ଦ କରୁନାହାଁନ୍ତି । ଏଭଳି ସମୟରେ ଏସବିଆଇ ଟୁଇଟ୍ କରି କହିଛି । ଆପଣ ଘରେ ରୁହନ୍ତୁ, ଏବଂ ସୁରକ୍ଷିତ ରୁହନ୍ତୁ । ଏସବିଆଇ ଆପଣଙ୍କୁ ସୁବିଧା ପାଇଁ ସେବା ପ୍ରଦାନ କରୁଛି । ଯାହାକି ଆପଣଙ୍କୁ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସହାୟତା କରିବ । ଆମର ଟୋଲ ଫ୍ରି ନମ୍ବର ୧୮୦୦୧୨୩୪ରେ କଲ୍ କରନ୍ତୁ ।

ତେବେ ନଜର ପକାନ୍ତୁ ଏହି ନମ୍ବରରେ କଲ୍ କରି ଆପଣ କେଉଁ କେଉଁ ସେବା ଘରେ ବସି ପାଇପାରିବେ 

  • ଏସବିଆଇର ଏହି ଟୋଲ୍ ଫ୍ରି ନମ୍ବରରେ କଲ୍ କରି ଆପଣ ପ୍ରଥମେ ନିଜର ବ୍ୟାଙ୍କ୍ ବାଲାନ୍ସ ଚେକ୍ କରିପାରିବେ
  • ତା ସହିତ ଆପଣ ନିଜର ପୁରୁଣା ୫ଟି ଟ୍ରାଞ୍ଜାକ୍ସନ୍ ବାବଦରେ ମଧ୍ୟ ଜାଣିପାରିବେ
  • ଏହି ଟୋଲ୍ ଫ୍ରି ନମ୍ବରରେ କଲ୍ କରି ଆପଣ ଏଟିଏମ୍ କାର୍ଡ ବ୍ଲକ୍ କରାଇ ପାରିବେ । ଆଉ ନୂଆ କାର୍ଡ ପାଇଁ ଆପ୍ଲାଏ ମଧ୍ୟ କରିପାରିବେ ।
  • ଘରେ ବସି ଆପଣ ଏହି ନମ୍ବର ସାହାଯ୍ୟରେ ଏଟିଏମ୍ କାର୍ଡ ପିନ୍ ଜେନେରେଟ୍ ମଧ୍ୟ କରିପାରିବେ
  • ଖାଲି କେବଳ କଲ୍ ନୁହେଁ, ମେସେଜ୍ ସାହାଯ୍ୟରେ ମଧ୍ୟ ଆପଣ ଏ ସବୁ ସେବାର ଫାଇଦା ଉଠାଇପାରିବେ ।

ଏହି ସବୁ କାମ ପାଇଁ ଆପଣଙ୍କୁ ଆଉ ବ୍ୟାଙ୍କ୍ ଯିବାକୁ ପଡିବନି । ଆପଣ ସହଜରେ ଘରେ ବସି ଏହି ସବୁ କାମ ସହଜରେ କରିପାରିବେ ।