ରିଲିୟାନ୍ସ ଜିଓ ଏବଂ ଏସବିଆଇର ପାର୍ଟନରସିପ ! ଆରମ୍ଭ ହେବ ଡିଜିଟାଲ ବ୍ୟାଙ୍କିଙ୍ଗ, ଉପଭୋକ୍ତାଙ୍କୁ ମିଳିବ ଅନେକ ସୁବିଧା ।

33

ଡିଜିଟାଲ ବ୍ୟାଙ୍କିଙ୍ଗ ଦିଗରେ ରିଲିୟାନ୍ସ ଜିଓ ଏବଂ ଏସବିଆଇ ହାତ ମିଳାଇଛନ୍ତି । ଏବେ ଜିଓ ଏବଂ ଏସବିଆଇ ନିଜ ଗ୍ରାହକ ମାନଙ୍କ ପାଇଁ ଡିଜିଟାଲ ପେମେଣ୍ଟ ଏବଂ ବ୍ୟାଙ୍କଙ୍ଗ ସେବା ଆରମ୍ବ କରିବାକୁ ଯାଉଛି । ଜିଓ ଏବଂ ଏସବିଆଇ ଡିଜିଟାଲ ଦୁନିଆକୁ ଉନ୍ନତି କରିବା ପାଇଁ ଏଥିରେ ପାଦ ଦେଇଛନ୍ତି । କୁହାଯାଉଛି କି, ରିଲିୟାନ୍ସ ଏବଂ ଏସବିଆଇର ପାର୍ଟନରସିପରେ ଉପଭୋକ୍ତାଙ୍କୁ ଅନେକ ଫାଇଦା ମିଳିପାରିବ । ସବୁଠାରୁ ବଡ କଥା ହେଉଛି ଜିଓ ମୋବାଇଲ ଆପଲିକେସନ ମାଇଁ ଜିଓ ଆପ ଏବେ ଫାଇନାନ୍ସିଆଲ ସେବା ମଧ୍ୟ ଉପଲବ୍ଧ କରାଇବ ।

ଏସବିଆଇର ଚିଫ ଡିଜିଟାଲ ଅଫିସର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁସାରେ, ଏସବିଆଇର ଲକ୍ଷ ପ୍ରତିଟି ବ୍ୟାଙ୍କିଙ୍ଗ ସଂସ୍ଥା ଉପଭୋକ୍ତାମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦେଉ । ଉପଭୋକ୍ତାଙ୍କ ସୁବିଧା ଏବଂ ଅସୁବିଧାରେ ମଧ୍ୟ ତାଙ୍କ ପାକରେ ସମସ୍ତ ପ୍ରକାର ସେବା ପହଞ୍ଚାଇ ଦିଆଯାଉ । ତେଣୁ ଏହି ସମସ୍ତ ପ୍ରକାର ସୁବିଧା ଜିଓ ଏବଂ ଏସବିଆଇ ଦ୍ୱାରା ଗ୍ରାହକ ମାନଙ୍କୁ ମିଳିପାରିବ । ଜିଓ ପ୍ରାଇମ ରିଲିୟାନ୍ସ ରିଟେଲର ତରଫରୁ ଖୁବ ଶିଘ୍ର ଏକ୍ସକ୍ଲୁସିଭ ଅଫର ଆଣିବାକୁ ଯାଉଛି । ଯାହା ଦ୍ୱାରା ଉପଭୋକ୍ତାମାନେ ଅନେକ ଉପକୃତ ହୋଇପାରିବେ ।