ତିହାର ଜେଲରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜେନଙ୍କୁ ମାଲିସ : ସାମ୍ନାକୁ ଆସିଲା ଭିଡିଓ; ସମାଲୋଚନା କଲା ବିଜେପି

133

କନକ ବ୍ୟୁରୋ : ତିହାର ଜେଲରୁ ଏପରି ଏକ ଭିଡିଓ ଆସିଛି ଯାହାକୁ ଦେଖିଲେ ଆପଣଙ୍କର ଆଇନକାନୁନ ଉପରେ ଭରସା ଉଠିଯିବ । ଦେଖନ୍ତୁ ଏ ଦୃଶ୍ୟକୁ । ଏ ଦୃଶ୍ୟ ହେଉଛି ଦିଲ୍ଲୀର ତିହାର ସେଣ୍ଟ୍ରାଲ ଜେଲ ଭିତରର । ମସାଜ ନେଉଥିବା ଏହି ବାବୁ ଜଣଙ୍କ ହେଉଛନ୍ତି ଦିଲ୍ଲୀର ସବୁଠୁ ପାୱାରଫୁଲ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ବେଆଇନ ଭାବେ ତିନି କମ୍ପାନିକୁ ଅନୁକମ୍ପା ଦେଖାଇ ଲାଞ୍ଚ ନେବା ଅଭିଯୋଗରେ ଇଡି ତାଙ୍କୁ ଗିରଫ କରିଥିଲା । ସେ ଏବେ ତିହାର ଜେଲରେ ଅଛନ୍ତି । ଜେଲ ଭିତରେ ଜଣେ ବ୍ୟକ୍ତି ତାଙ୍କ ଗୋଡ ଏବଂ ମୁଣ୍ଡକୁ ମସାଜ କରୁଥିବା ଦେଖିବାକୁ ମିଳିଛି ।

ଜେଲରେ ଏହି ଆପ୍ ନେତାଙ୍କୁ ଭିଆଇପି ସୁବିଧା ମିଳୁଥିବା ନେଇ ବୁଧବାର ପ୍ରବର୍ତନ ନିର୍ଦ୍ଦେଶାଳୟ ଇଡି କୋର୍ଟରେ ଅଭିଯୋଗ କରିଥିଲା । ଆଉ ଏହାର ଦିନକ ପରେ ଆପର ଏହି ନେତାଙ୍କ ଭିଡିଓ ଭାଇରାଲ ହେଉଛି । କରୋନା ଭାଇରସ ପାଇଁ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ମନ୍ତ୍ରଙ୍କୁ ସ୍ପେଶାଲ ଖାଇବା ଦିଆଯାଉଥିଲା ବୋଲି ଇଡି କହିଛି । ଜେଲ ଭିତରେ ଖଟରେ ଶୋଇ ମନ୍ତ୍ରୀ ପେପର ପଢୁଛନ୍ତି । ଆଉ ଜଣେ ବ୍ୟକ୍ତି ତାଙ୍କ ଗୋଡକୁ ମାଲିସ କରୁଛନ୍ତି । ଜୈନଙ୍କ ଏହି ଭିଡିଓ ଭାଇରାଲ ହେଉଥିବା ବେଳେ ଆପ୍ ପକ୍ଷରୁ କୌଣସି ନେତାଙ୍କ ବୟାନ ଆସିନାହିଁ ।