କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ଉପରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ଏବେ ସେ ପୁଣି ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ରକ୍ଷାମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଶାୟୀ ଅଛନ୍ତି । ସେ କହିଛନ୍ତି କି, ଯଦି ଭାଗ୍ୟରେ ଥାଏ ତେବେ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ହେବେ ।

Advertisment

ସେପଟେ ପୁଲୱାମା ଆକ୍ରମଣ ଘଟଣାକୁ ନେଇ ସତ୍ୟପାଲ ମଲ୍ଲିକ କହିଛନ୍ତି କି, ଏହି ପ୍ରସଙ୍ଗ ସେ ଘଟଣା ଘଟିବା ଦିନ ଉଠାଇଥିଲେ ଓ ଆଜି ବି ସମାନ ବୟାନ ଦେଉଛନ୍ତି । ଗୃହମନ୍ତ୍ରୀ ଅମିତ୍ ଶାହା କହିଥିଲେ କି ଯଦି ସତ୍ୟପାଲ ମଲ୍ଲିକ ଠିକ୍ କଥା କହୁଛନ୍ତି ତାହା ସେ ରାଜ୍ୟପାଳ ଥିବା ବେଳେ କାହିଁକି କହିନଥିଲେ । ତାହାର ଉତ୍ତରରେ ସତ୍ୟପାଲ ମଲ୍ଲିକ ଏଭଳି କହିଛନ୍ତି ।

ରାଜସ୍ଥାନ ସିକର ଠାରେ ପହଂଚି ସତ୍ୟପାଲ ମଲ୍ଲିକ ଆଗାମୀ ରାଜସ୍ଥାନ ନିର୍ବାଚନ ନେଇ ବିରୋଧୀଙ୍କୁ ବିଜୟମନ୍ତ୍ର ଦେଇଛନ୍ତି । ସେ କହିଛନ୍ତି କି ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ଯଦି ବସୁନ୍ଧରାରାଜେ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରେ ତେବେ ବିଜେପି ସହଜରେ ନିର୍ବାଚନ ଜିତିଯିବ । ହେଲେ ଯଦି ବିରୋଧୀମାନେ ବିଜେପିର ଜଣେ ପ୍ରାର୍ଥୀଙ୍କ ବିରୋଧରେ କେବଳ ଜଣେ ପ୍ରାର୍ଥୀଙ୍କୁ ନିର୍ବାଚନ ମଇଦାନକୁ ଉହ୍ଲାଇପାରିବେ ତେବେ ବିଜେପିର ପରାଜୟ ସୁନିଶ୍ଚିତ ହେବ ।

ଏହାସହ ସେ ପୁଣିଥରେ ଆଦାନୀ ମାମଲା, ପୁଲୱାମା ଆକ୍ରମଣ ମାମଲାରେ ଏବେ ବି ପ୍ରଧାନମନ୍ତ୍ରୀ ଚୁପ୍ ରହିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଯଦି ପ୍ରଧାନମନ୍ତ୍ରୀ ଏହି ଦୁଇଟି ମାମଲା ଉପରେ ବିରୋଧୀ କରୁଥିବା ପ୍ରଶ୍ନର ଉତ୍ତର ନଦିଅନ୍ତି ତେବେ ଏହା ବିଜେପି ପାଇଁ ଘାତକ ହେବ ।