ବିଡ଼ିଓଙ୍କୁ ମାଡ ଅଭିଯୋଗ : ଥାନାରେ ଏତଲା ଦେଲେ ସତ୍ୟ ନାରାୟଣ ମେହେର

207

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ମାଡ ମାରିଥିବା ଅଭିଯୋଗ । ଏନେଇ ଝରିଗାଁ ଥାନାରେ ଅଭିଯୋଗ କରିଛନ୍ତି ବିଡିଓ ସତ୍ୟ ନାରାୟଣ ମେହେର । ପାଲିଆ ପଞ୍ଚାୟତର ସରପଞ୍ଚ ରାଧା ସାନ୍ତାଙ୍କ ସ୍ୱାମୀ ପବିତ୍ର ସାନ୍ତା ଓ ତାଙ୍କ ସହଯୋଗୀ ରମେଶ ହରିଜନ ମାଡ ମାରିଥିବା ଅଭିଯୋଗ କରିଛନ୍ତି ବିଡିଓ । ଅଭିଯୋଗ ଅନୁସାରେ ପବିତ୍ର ଓ ରମେଶ ବିଡିଓଙ୍କ କାର୍ଯ୍ୟାଳୟକୁ ପଶି ଆସି ପ୍ରଥମେ ସିସିଟିଭି କ୍ୟାମେରାକୁ ବନ୍ଦ କରିଦେଇଥିଲେ ।

ଏହା ପରେ କେସ ରେଜିଷ୍ଟର ମାଗି ସେଥିରେ ଦସ୍ତଖତ କରିବାକୁ କହି ମାଡ ମାରିଥିବା ଝରିଗାଁ ବିଡିଓ ଅଭିଯୋଗ ଆଣିଛନ୍ତି । ଅନ୍ୟପଟେ ପବିତ୍ର ସାନ୍ତା ଓ ରମେଶ ପାଲଟା ଅଭିଯୋଗ କରି କହିଛନ୍ତି ବିଡିଓ ଏକ କାମ ରିଲିଜ କରିବାକୁ ଦୁଇ ପ୍ରତିଶତ ଲାଞ୍ଚ ମାଗିଥିଲେ । ଲାଞ୍ଚ ନଦେବାକୁ ଅସଭ୍ୟ ଭାଷାରେ ଗାଳିଗଲୁଜ କରିିଥିବା ନେଇ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉଭୟ ପକ୍ଷରୁ ଏତଲା ପାଇବା ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।