ଅଭାବ ଅନଟନ ଭିତରେ ଓସିଏସରେ ସଫଳ ହେଲେ ପାଟଣାଗଡ଼ର ସସ୍ମିତା: ବାପା ପାରାଲିସିସରେ ଆକ୍ରାନ୍ତ ଥିବା ବେଳେ ଭାଇ କୋମାରେ

ଅଭାବ ଅନଟନ ଭିତରେ ଓସିଏସରେ ସଫଳ ହେଲେ ପାଟଣାଗଡ଼ର ସସ୍ମିତା: ବାପା ପାରାଲିସିସରେ ଆକ୍ରାନ୍ତ ଥିବା ବେଳେ ଭାଇ କୋମାରେ

କନକ ବ୍ୟୁରୋ: କଥାରେ ଅଛି ଇଚ୍ଛା ଶକ୍ତି ଥିଲେ ସବୁକିଛି ସମ୍ଭବ । ତେଣିକି ଯେତେ ବାଧାବିଘ୍ନ ଆସୁ ନାହିଁ । ଆଜି ଆମେ ଏମିତି ଜଣେ ବିଦ୍ୟାର୍ଥୀଙ୍କ କଥା କହିବୁ, ଯାହାଙ୍କର ବାପା ପାରାଲିସିସରେ ଆକ୍ରାନ୍ତ ଓ ଆଉ ଭାଇ କୋମାରେ । ତଥାପି ସେ ହାର ନମାନି ଦିନରାତି ଏକ କରି ଓସିଏସ୍ ପରୀକ୍ଷାରେ ସଫଳ ହୋଇଛନ୍ତି । ସେ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଉଲୁବା ଗାଁର ସସ୍ମିତା ମେହେର । ସସ୍ମିତା ଓସିଏସ ପରୀକ୍ଷାରେ ୩୩୧ ର୍ୟାଙ୍କ ରଖିଛନ୍ତି । ବାପା ନିଳମଣୀ ମେହେର ୩ ବର୍ଷ ହେବ ପାରାଲାଇସର ଶିକାର ହୋଇଥିବା ବେଳେ ତାଙ୍କ ବଡ଼ ପୁଅ ଏକ ଆକସ୍ମିକ ଦୁର୍ଘଟଣାର ଶିକାର ହୋଇ କୋମାରେ ଅଛନ୍ତି । ବାପା ତନ୍ତୀ ହୋଇଥିବାରୁ ଶାଢି ବୁଣି ବଜାରରେ ଶାଢି ବିକ୍ରୀ କରି ପରିବାର ଚଲାଉଥିଲେ । କିନ୍ତୁ ତାଙ୍କର ପାରାଲାଇଜ ପରେ ପରିବାର ଚଳିବା କଷ୍ଟକର ହୋଇପଡିଥିଲା । ଏମିତିକା ନିଳମଣୀଙ୍କ ଚାଷଜମୀ ମଧ୍ୟ ନାହିଁ ।

ପରିବାର ଚଳାଇବା, ପୁଅ ଝିଅକୁ କେମିତି ପାଠ ପଢାଇବେ ଏବଂ ନିଜେ ତଥା ନିଜ ପୁଅକୁ ଚିକିତ୍ସା ଦେବେ, ତାହା ଭାବି ଭାବି ଦିନରାତି ଚିନ୍ତାରେ ଭାଙ୍ଗି ପଡୁଥିଲେ । ଘର କହିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଇଥିବା ଏକ ଛୋଟ ଘର । ପାଇସାହି ପଡିଶାଙ୍କ ସହଯୋଗରେ ଗୋଟେ ଘର ତିଆରି କରି ରହିଲେ ସସ୍ମିତାଙ୍କ ପରିବାର । ଘରେ ପାଠ ପଢିବା ପାଁଇ ଟେବୁଲ ଚୌକି ଖଣ୍ଡେ ନଥିବାରୁ ସସ୍ମିତା ଏକ ଛୋଟ କୋଠରିରେ ମଶାଣି ପକାଇ ଦିନ ରାତିି ଏକ କରି ଦେଉଥିଲୋ ଏମିତିକି ସସ୍ମିତାଙ୍କ ଘରେ ଶୋଇବା ପାଁଇକୌଣସି ବେଡର ବ୍ୟବସ୍ଥା ନଥିବା ବେଳେ ତଳେ ଶୋଇ ପାଠ ପଢ଼ନ୍ତି । ସସ୍ମିତା ଗରିବ ହେଲେ ମଧ୍ୟ ସେ ଦୃଢ ଇଛାଶକ୍ତି ଆଗରେ ଗରିବୀ ହାର ମାନିଛି । ସେ ଗାଁ ସରକାରୀ ସ୍କୁଲରେ ମାଟ୍ରିକ ପରୀକ୍ଷାରେ ୯୧ ପ୍ରତିଶତ ପାଇ ଉତୀର୍ଣ୍ଣ ହୋଇଥିଲେ । ଆଜି ଯେତେବେଳେ ଓସିଏସରେ ସଫଳ ହୋଇଛନ୍ତି, ପରିବାର ଲୋକଙ୍କ ମୁହଁରେ ଖୁସି ସ୍ପଷ୍ଟ ବାରି ହେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe