ଢିଙ୍କିଆରେ ଚଳିତବର୍ଷ ହେବନି ପଞ୍ଚାୟତ ନିର୍ବାଚନ । ଆସନ୍ତାବର୍ଷ ସରପଞ୍ଚ ଏବଂ ୱାର୍ଡମେମ୍ବର ପଦ ପାଇଁ ହେବ ନିର୍ବାଚନ

163

କନକ ବ୍ୟୁରୋ: ଜଗତସିଂହପୁରର ଢିଙ୍କିଆ ଗ୍ରାମପଞ୍ଚାୟତରେ ଚଳିତ ଥର ହେବନି ପଞ୍ଚାୟତ ନିର୍ବାଚନ । ଉଭୟ ସରପଞ୍ଚ ଓ ୨୩ଟି ୱାର୍ଡମେମ୍ବର ପଦ ପାଇଁ ଆସନ୍ତାବର୍ଷ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫରୁ ସୂଚନା ମିଳିଛି ।

ଅନ୍ୟପଟେ ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି ୧୨୬ଜଣ ସରପଞ୍ଚ । ସେହିପରି ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି ୩୨୬ ଜଣ ସମିତି ସଭ୍ୟ ପ୍ରାର୍ଥୀ, ଏବଂ ଜଣେ ଜିଲ୍ଲା ପରିଷଦ ପ୍ରାର୍ଥୀ । ଅମ୍ବାଭନା ବ୍ଲକ୍ ଜୋନ୍ ନଂ-୨ର ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେହିପରି ବିନା ଲଢେଇରେ ନିର୍ବାଚିତ ହୋଇଛନ୍ତି ୩୬ ହଜାର ୫୨୩ ଜଣ ୱାର୍ଡମେମ୍ବର ପ୍ରାର୍ଥୀ ।

ଚୂଡାନ୍ତ ପ୍ରାର୍ଥୀ ତାଲିକା – ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟ …

  • ସରପଞ୍ଚ ପ୍ରାର୍ଥୀ-୧୨୬
  • ୱାର୍ଡ ମେମ୍ବର- ୩୬,୫୨୩
  • ସମିତି ସଭ୍ୟ ପ୍ରାର୍ଥୀ- ୩୨୬
  • ଜିଲ୍ଲା ପରିଷଦ ପ୍ରାର୍ଥୀ- ୧

ସୂଚନାଯୋଗ୍ୟ ଯେ, ପାନବରଜ ଭଙ୍ଗା ଘଟଣାକୁ ନେଇ ଢିଙ୍କିଆରେ ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଜନତା । ଏହି ସମୟରେ କିଛି ଲୋକ ପୋଲିସଙ୍କୁ ଖରାପ ବ୍ୟବହାର କରିବା ପରେ ପୋଲିସ ସେମାନଙ୍କୁ ଘଉଡାଇବାକୁ ଲାଠିଚାର୍ଜ କରିଥିଲା । ଗ୍ରାମବାସୀ ମଧ୍ୟ କିଛି ପୋଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ହାଇକୋର୍ଟରେ ଦୁଇ ଜନସ୍ୱାର୍ଥ ମାମଲା ରୁଜୁ ହେବା ପରେ ହାଇକୋର୍ଟ ଏହାର ବିଚାର କରୁଛନ୍ତି ।