ଭଦ୍ରକ ବେଲଗଡିଆ ସ୍କୁଲରେ ପାଠ ପଢାଲଲେ ସରପଞ୍ଚ ବାବୁ। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ।

134

କନକ ବ୍ୟୁରୋ: ସ୍କୁଲରେ ପାଠପଢାଉଛନ୍ତି ସରପଞ୍ଚ । ଭଦ୍ରକ ଜିଲ୍ଲା ବେଲଗଡିଆ ଉଚ୍ଚବିଦ୍ୟାଳୟରେ ଭଣ୍ଡାରପୋଖରୀ ବ୍ଲକର ରହଣିଆ ସରପଞ୍ଚ ପହଞ୍ଚି ପିଲାମାନଙ୍କୁ ପାଠପଢାଇଛନ୍ତି । ସରପଞ୍ଚ ରଞ୍ଜନ ପରିଡା ନିଜ ପଞ୍ଚାୟତ ଅଧିନରେ ଥିବା ବିଭିନ୍ନ ସ୍କୁଲ ପରିଦର୍ଶନ କରିବାକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ତେବେ ସେ ଏହି ସ୍କୁଲରେ ପହଞ୍ଚିବା ପରେ ଦେଖିଥିଲେ ଏଠାରେ ଶିକ୍ଷକଙ୍କ ଅଭାବ ରହିଛି, ପାନୀୟ ଜଳ, ଶ୍ରେଣୀଗୃହର ସମସ୍ୟା ରହିଛି । ଏହାକୁ ଦେଖି ସେ କିଛି ସମୟ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଛନ୍ତି ।

ଏହି ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଦଶମ ଶ୍ରେଣୀ ଥିବା ବେଲେ ରଞ୍ଜନ ପିିଲାଙ୍କ ଦକ୍ଷତା ମାପିବା ସହ ପାଠପଢାଇଥିଲେ । ପରେ ସ୍କୁଲର ଶିକ୍ଷକଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ। ପାଠପଢା ଶେଷ ପରେ ସେ ସ୍କୁଲରୁ ବାହରିଥିଲେ, ଯିବାବେଳେ ପିଲାଙ୍କୁ ଉତ୍ସାହିତ କରିବା ପାଇଁ ପାଠ୍ୟ ଉପକରଣ ଏବଂ ଚକଲେଟ ମଧ୍ୟ ବଣ୍ଟନ କରିଥିଲେ । ବର୍ତ୍ତମାନ ସରପଞ୍ଚ ବାବୁଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକ ମଧ୍ୟ ତାଙ୍କ ପ୍ରଂଶସାରେ ଶତମୁଖ ।