ଡିଏନ ଗ୍ରୁପରେ ରେଡ୍ । କଂଗ୍ରେସ କହିଲା, ନିର୍ବାଚନରେ ଖର୍ଚ୍ଚ ପାଇଁ ରଖାଯାଇଥିଲା ଟଙ୍କା, କିନ୍ତୁ ଏତେ ଟଙ୍କା କାହାର ତାହା ଉପରୁ ଉଠୁ ପରଦା । 

ଡିଏନ ଗ୍ରୁପରେ ରେଡ୍ । କଂଗ୍ରେସ କହିଲା, ନିର୍ବାଚନରେ ଖର୍ଚ୍ଚ ପାଇଁ ରଖାଯାଇଥିଲା ଟଙ୍କା, କିନ୍ତୁ ଏତେ ଟଙ୍କା କାହାର ତାହା ଉପରୁ ଉଠୁ ପରଦା । 

କନକ ବ୍ୟୁରୋ : ଡ଼ିଏନ ଗ୍ରୁପରେ ଆଇଟି ରେଡ଼ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ବଡ ବୟାନ । ଆଇଟି ରେଡ୍ ବେଳେ ଜବତ ହୋଇଥିବା ଏତେ ପରିମାଣର ଟଙ୍କା କାହାର ଓ କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସନ୍ତୋଷ କହିଛନ୍ତି, ନିର୍ବାଚନରେ ଲଗାଇବା ପାଇଁ ଟଙ୍କା ରଖାଯାଇଥିଲା । କେଉଁ ବିଧାୟକ ଓ ମନ୍ତ୍ରୀଙ୍କ ଟଙ୍କା ତାର ଖୁଲାସା ହେବା ଆବଶ୍ୟକ । ଘଟଣାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା ।

ଗତକାଲି ରେଡ ବେଳେ କୋଟି କୋଟି ନଗଦ ଟଙ୍କା ଜବତ ହୋଇଛି । ଏହାସହ ବହୁତ କାଗଜ ଜବତ ହୋଇଛି। ଆଗକୁ ମଧ୍ୟ କୋଟି କୋଟି ଟଙ୍କା ମିଳିବାର ସମ୍ଭାବନା ରହିଛି। ବଡ଼ କଥା ଏ କୋଟି କୋଟି ଟଙ୍କା କାହାର।କେଉଁ ଦଳର ଓ କେଉଁଠୁ ଆସିଲା। ଲୋକ କହୁଛନ୍ତି ଏ ଟଙ୍କା ବଡ଼ ବଡ଼ ଅଫିସର ଓ ଶାସକ ଦଳର । ନିର୍ବାଚନରେ ଖର୍ଚ୍ଚ ପାଇଁ ଏ ଟଙ୍କା ରଖାଯାଇଥିଲା। ଆଇଟି ଖବର ପାଇ ରେଡ଼ କରିଛି। କେଉଁ ବିଧାୟକ ଓ ମନ୍ତ୍ରୀଙ୍କର ଏ ଟଙ୍କା ତାର ଖୁଲାସା ହେବା ଦରକାର। ଓଡ଼ିଶା ଭଳି ଗରିବ ରାଜ୍ୟରେ ଏତେ ନଗଦ ଟଙ୍କା ମିଳିବା ବହୁତ ବଡ଼ କଥା। ଆହୁରି ମଧ୍ୟ ଅନେକ ଟଙ୍କା ମିଳିବା ସମ୍ଭାବନା ରହିଛି। ଏହାର ନିରପେକ୍ଷ ତଦନ୍ତ ହେବା ଆବଶ୍ୟକ। ଏହାକୁ କେଉଁ କେଉଁ ଜାଗାରେ ଲଗା ଯାଇଛି ତାର ମଧ୍ୟ ତଥ୍ୟ ସାମ୍ନାକୁ ଆସିବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe