ପୁରୀ ହେଉଛି ଧାର୍ମିକ ରାଜଧାନୀ, ଏହାକୁ ବିକୃତ ଓ ବିଲୁପ୍ତ କରାନଯାଉ । ପରିକ୍ରମା ପ୍ରକଳ୍ପରେ ଚାଲିଥିବା କାର୍ଯ୍ୟକୁ ଶଙ୍କରାଚାର୍ଯ୍ୟଙ୍କ ନାପସନ୍ଦ ।

232

କନକ ବ୍ୟୁରୋ : ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ବର୍ଷିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ବିକାଶ ନାଁରେ ଚାଲିଥିବା କାର୍ଯ୍ୟକୁ ଜଗଦଗୁରୁଙ୍କ ନାପସନ୍ଦ । ବିକାଶ ନାଁରେ ପୁରୀର ଆଦର୍ଶକୁ ବିକୃତ ଓ ବିଲୁପ୍ତ ଉଦ୍ୟମ କରାଯାଉଛି । ବିକାଶ ହେଉ କିନ୍ତୁ ଐତିହ୍ୟ ନଷ୍ଟ କରାନଯାଉ । ଶାସନତନ୍ତ୍ର ମାର୍ଗ ପ୍ରଶସ୍ତ ନାଁରେ ମଠ ଗୁଡିକୁ ଭାଙ୍ଗିଦେଲେ । ମାର୍ଗ ପ୍ରଶସ୍ତ ନାଁରେ ପ୍ରଦର୍ଶନ ସ୍ଥଳୀ ଓ ପିକନିକ ସ୍ଥଳୀ କରିବା ଠିକ୍ ନୁର୍ହେ । ଦେବା ଦେବୀ ମନ୍ଦିର ବି ବିଲୁପ୍ତ କରି ଦିଆଯାଉଛି । ଶାସନତନ୍ତ୍ର ଦାୟିତ୍ୱ ତୀର୍ଥସ୍ଥଳୀକୁ ଭୋଗସ୍ଥଳୀ ନ କରିବା । ପୁରୀ ହେଉଛି ଧାର୍ମିକ ରାଜଧାନୀ, ଏହାକୁ ବିକୃତ ଓ ବିଲୁପ୍ତ କରାନଯାଉ ବୋଲି କହିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ।

ଏହାସହ ଶଙ୍କରାଚାର୍ଯ୍ୟ କହିଛନ୍ତି, ବିକାଶ ହେଉ କିନ୍ତୁ ଐତିହ୍ୟକୁ ନଷ୍ଟ କରାନଯାଉ । ଯଦି ଏମିତି ହୁଏ ତେବେ ଲୋକେ ବରଦାସ୍ତ କରିବେନି । ତୀର୍ଥସ୍ଥଳୀକୁ ଭୋଗସ୍ଥଳୀ କଲେ ଦେବାଦେବୀ କୋପ କରିବେ । ଦେବାଦେବୀ କୋପ କଲେ ଓଡ଼ିଶା ପ୍ରତି ସଙ୍କଟ ସୃଷ୍ଟି ହେବ । ତେଣୁ ଶାସନତନ୍ତ୍ର ମୋ କଥାକୁ ଧ୍ୟାନ ଦିଅନ୍ତୁ, ଭବିଷ୍ୟତରେ ଯେପରି ଏହାର ପୁନରାବୃତ୍ତି ନ ହୁଏ ତାହା ପ୍ରତି ଧ୍ୟାନ ଦିଅନ୍ତୁ ।