ବରଗଡ ଗଲେନି ଯୋଗାଣମନ୍ତ୍ରୀ : ବିରୋଧର ଭୟକୁ ନେଇ ଚର୍ଚ୍ଚା , ମଣ୍ଡି ସମସ୍ୟା ନେଇ କରିଥାନ୍ତେ ଆଲୋଚନା

49

ବରଗଡ : ବରଗଡକୁ ଡରିଲେ ମନ୍ତ୍ରୀ । ବିଜେପି ଓ କଂଗ୍ରେସର ବିରୋଧକୁ ଭୟ କରି ଯୋଗାଣମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ବରଗଡ ଗସ୍ତ ବାତିଲ ହୋଇଥିବା ଚର୍ଚା ହେଉଛି । ମେ ମାସ ପ୍ରଥମ ସପ୍ତାହରୁ ବରଗଡ଼ରେ ଡ଼ାଳୁଅ ଧାନ ସଂଗ୍ରହ ପାଇଁ ମାର୍କେଟ ଖୋଲିଛି, ହେଲେ ଧାନ ବିକ୍ରିକୁ ନେଇ ଚାଷୀ ନାହିଁ ନଥିବା ହଇରାଣ ହେଉଛି । ଏବେ ବି ମଣ୍ଡିରେ ହଜାର ହଜାର ସଂଖ୍ୟାରେ ଧାନ ବସ୍ତା ପଡ଼ିରହି ଥିବା ବେଳେ ଆଗକୁ ମୌସୁମି ବର୍ଷା ଯୋଗୁଁ ଚାଷୀଙ୍କ ଚିନ୍ତା ବି ବଢ଼ିଯାଇଛି । ସମସ୍ୟାର ସମାଧାନ ପାଇଁ ସଂଜୟ ଦାସବର୍ମା ବରଗଡରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ଥିଲା । ଯେଉଁଥିରେ ମନ୍ତ୍ରୀ ବିଭିନ୍ନ ମଣ୍ଡି ବୁଲି କୃଷକଙ୍କ ସହ ଆଲୋଚନା କରିଥାନ୍ତେ । ତେବେ ଏହାକୁ ବାତିଲ କରାଯାଇଛି । ଜିଲ୍ଲାପାଳ କହିଛନ୍ତି, ମନ୍ତ୍ରୀଙ୍କ ଅଲଗା କାମ ରହିଥିବାରୁ ବରଗଡ ଗସ୍ତ ବାତିଲ ହୋଇଛି ।