ଆରମ୍ଭ ହେଲା କୋଣାର୍କ ମହୋତ୍ସବ : ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା ରାଶି ପାଲଟିଲା କଥାକୁହା ସ୍ଥାପତ୍ୟ

152

କନକ ବ୍ୟୁରୋ : ଆରମ୍ଭ ହୋଇଛି କୋଣାର୍କ ମହୋତ୍ସବ । ରଙ୍ଗୀନ ଅଲୋକ ମାଳାରେ ନବବଧୁ ପରି ସଜେଇ ହୋଇଛି ଅର୍କକ୍ଷେତ୍ର କୋଣାର୍କ । ପର୍ଯ୍ୟଟନ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ୩୦ ତମ କୋଣାର୍କ ମହୋତ୍ସବ ପାଂଚ ଦିନ ଧରି ଚାଲିବ । ଭାରତ ସମେତ ୭ଟି ଦେଶର ୧୨୩ ବାଲୁକା ଶିଳ୍ପୀ ୪୪ ଟି ଷ୍ଟଲରେ ସେମାନଙ୍କ କଳାନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି ।

ଓଡ଼ିଶା ପର୍ଯ୍ୟଟନର ବ୍ରାଣ୍ଡ୍‌ ଆମ୍ବାସଡର ତଥା ଖ୍ୟାତି ସମ୍ପନ୍ନ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଆୟୋଜିତ ବାଲୁକାକଳା ପ୍ରଦର୍ଶନୀରେ ଆଜି ଐତିହ୍ୟର ଅବତାରଣା କରାଯାଇଥିଲା। ପ୍ରତ୍ୟେକ ଷ୍ଟଲ୍‌ରେ ଭାରତର ଗରିମାମୟ ଐତିହ୍ୟ ଭେଟିଦେଇଥିଲେ ବାଲୁକା ଶିଳ୍ପୀବୃନ୍ଦ । କେହି କେହି କୋଣାର୍କ ସୂର୍ଯମନ୍ଦିର ଇତିହାସକୁ କଳା ଚାତୁର୍ଯ୍ୟରେ ବ୍ୟକ୍ତ କରୁଥିଲେ ତ ଆଉ କେହି ଭାରତର ଅନ୍ୟ କୀର୍ତିରାଜିକୁ ବାଲୁକା କଳାରେ ଭେଟି ଦେଇଥିଲେ । ୫ଦିନରେ ୫ଟି ବିଷୟବସ୍ତୁ ଉପରେ ବାଲୁକାକଳା ଦେଖିବାକୁ ମିଳିବ।