ବାଲୁକା କଳାରେ ବାର୍ତ୍ତା । ବାତ୍ୟା ‘ତିତଲି’ ପାଇଁ ସଜାଗ ରୁହ, ସତର୍କ ରୁହ ।

44

କନକ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ‘ତିତଲି’କୁ ନେଇ ଏବେ ରାଜ୍ୟବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । କାରଣ ଭାରତୀୟ ପାଣିପାଗ ସୂଚନା ଅନୁସାରେ ସାମୁଦ୍ରିକ ଝଡ଼ ତିତଲୀ ସ୍ଥଳଭାଗକୁ ଛୁଇଁଲା ବେଳେ ଏହାର ପବନର ବେଗ ଅଧିକ ବଢ଼ିବ । ତେବେ ବାତ୍ୟାକୁ ନେଇ ଲୋକମାନଙ୍କ ମନରେ ଭୟ ଖେଲିଥିବାବେଳେ ଏହି ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ଦରକାର । ଭୟ ଦ୍ୱାରା ନୁହେଁ ବର ସାହସ ଯୋଗାଡ଼ କରିବାକୁ ବାଲୁକା ଶିଳ୍ପଦ୍ୱାରା ଅନୁରୋଧ କରିଛନ୍ତି ପଦ୍ମଶ୍ରୀ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ପୁରୀ ସମୁଦ୍ର ବେଳାଭୂମିରେ ଏନେଇ ଏକ ବିଶାଳ ବାଲୁକା ଚିତ୍ର କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ତେବେ ଏହି ବାଲୁକା କଳାକୁ ନିଜର ଟ୍ୱିଟର ଜରିଆରେ ଶେୟାର କରିଛନ୍ତି ସୁଦର୍ଶନ । ସେ କହିଛନ୍ତି ଯେ, “ଭୟ କରନ୍ତୁ ନାହିଁ ବରଂ ସାହସ ଏକଜୁଟ୍ କରନ୍ତୁ’ । ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଅନ୍ୟକୁ ସାହସ ଓ ସାହାଯ୍ୟ ଯୋଗାଇବା ଦରକାର । ଭୟ ଆବଶ୍ୟକ ନୁହେଁ ବୋଲି ସୁଦର୍ଶନ ବାର୍ତ୍ତା ଦେଇଛନ୍ତି ।

TITLIସେପଟେ ମିଳିଥିବା ସୂଚନା ଅନୁସାରେ ବର୍ତମାନ ସମୟରେ ବାତ୍ୟା ତିତଲି ଗୋପାଳପୁରଠାରୁ ମାତ୍ର ୩୭୦ କିଲୋମିଟର ଦୂରରେ ରହିଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାତ୍ୟା ବର୍ତମାନ ସମୟରେ ଘଣ୍ଟାପ୍ରତି ମାତ୍ର ୧୦ କମି ବେଗରେ ସ୍ଥଳ ଭାଗ ଆଡକୁ ମୁହାଁଉଛି । ତେବେ ଏହା ପ୍ରଭାବରେ ଓଡିଶାରେ ବର୍ଷା ଆରମ୍ଭ ହୋଇଯିବା ସହ ୧୪୫ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜିରାତି ୧୧.୩୦ରେ ବାତ୍ୟା ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବ ବୋଲି ସୂଚନା ମିଳିଛି ।