କରୋନା ଟିକାକରଣ ନେଇ ବାଲୁକା କଳାରେ ସଚେତନତା : ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ବିଶାଳ ବାଲୁକା କଳା; ଟୁଗେଦର ଉଇ କ୍ୟାନର ଦେଲେ ବାର୍ତ୍ତା

120

କନକ ବ୍ୟୁରୋ : ପୁରୀ ବେଳାଭୂମିରେ କରୋନା ଟିକାକରଣକୁ ନେଇ ସଚେତନତାର ବାର୍ତ୍ତା ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏଥିପାଇଁ ସେ ବାଲିରେ ତିଆରି କରିଛନ୍ତି ବିଶାଳ ବାଲୁକା କଳା ।

ଟୁଗେଦର ଉଇ କ୍ୟାନର ବାର୍ତ୍ତା ଦେଇଛନ୍ତି ସୁଦର୍ଶନ ପଟ୍ଟନାୟକ । ଆଜି ଦେଶରେ କରୋନା ବିରୋଧରେ ସବୁଠାରୁ ବଡ ଟିକାକରଣର ଶୁଭାରମ୍ଭ ହେଉଥିବା ବେଳେ ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ବାଲୁକା କଳା ସମସ୍ତଙ୍କୁ ଟିକାକରଣ ଦିଗରେ ସଚେତନ କରିବ ନିଶ୍ଚୟ ।