କନକ ବ୍ୟୁରୋ: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ସନାତନ ଧର୍ମ ବିରୋଧରେ ବୟାନ ଦେବା ପରଠାରୁ ଏହି ବିବାଦ ଥମିବାର ନାଁ ନେଉନି । ଏହା ପରେ ଆଉ ଜଣେ ନେତା ଏ. ରାଜା ଓ ଏକାଧିକ ସାଉଥ୍ ଅଭିନେତା ଏହା ଉପରେ ବିରୋଧାଭାଷ ଦେଇଛନ୍ତି । ଏହି ପ୍ରସଙ୍ଗ ନେଇ ତାମିଲନାଡୁ ତୁରୁବରୁର ଜିଲ୍ଲାର ଏକ ସରକାରୀ କଲେଜରେ ‘ସନାତନର ବିରୋଧ’ ନାଁରେ ସର୍କୁଲାର ଜାରି କରାଯାଇଥିଲା । ଏହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା ଯାହା ଉପରେ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି ମାଡ୍ରାସ୍ ହାଇକୋର୍ଟ ।

Advertisment

ସମାଜ ଯେତେ ଆଧୁନିକ ମୁଖର ହେଲେ ବି ସାନତନ ଧର୍ମ ହେଉଛି ଆମ ପରିବାରଠାରୁ ଆରମ୍ଭ କରି ଆମ ସାମାଜର ଶୃଙ୍ଖଳା ପାଇଁ ଏକ ଅନୁଶାସନ ।ସନାତନ ଧର୍ମ ସାମୁହିକ କର୍ତ୍ତବ୍ୟର ଏକ ଗୁଚ୍ଛ । ଏହା ରାଷ୍ଟ୍ର, ରାଜାଙ୍କର ପ୍ରଜା ପ୍ରତି କର୍ତ୍ତବ୍ୟ, ଗରୀବଙ୍କ ପ୍ରତି ଦୟା ଓ ନିଜ ମା’, ବାପା ଓ ଗୁରୁଜନଙ୍କ ପ୍ରତି ଏକ କର୍ତ୍ତବ୍ୟବୋଧର ମାର୍ଗଦର୍ଶୀକା । ତେଣୁ ଏହାକୁ ନଷ୍ଟ କରନାହିଁ । ଏହାକୁ ନଷ୍ଟ କରିବାକୁ ଚେଷ୍ଟା କଲେ ସମାଜରେ ବିଶୃଙ୍ଖଳାକୁ ନିମନ୍ତ୍ରଣ କରିବ’ ବୋଲି କହିଛନ୍ତି ମାଡ୍ରାସ ହାଇକୋର୍ଟ