କନକ ବ୍ୟୁରୋ: ପୁଣି ସନାତନ ଧର୍ମ ପ୍ରତି କଟୁମନ୍ତବ୍ୟ । ଡିଏମକେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ ରାଜା ଦେଇଛନ୍ତି ବିବାଦୀୟ ମନ୍ତବ୍ୟ । ସେ ସନାତନ ଧର୍ମକୁ କୁଷ୍ଠ ଓ ଏଡ୍ସ ଭଳି ରୋଗ ସହ ତୁଳନା କରିଛନ୍ତି । ଏକ ସଭାରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଏ.ରାଜା ।

Advertisment

ପୂର୍ବରୁ ସନାତନ ଧର୍ମକୁ ନେଇ ତାଙ୍କରି ଦଳର ନେତା ତଥା ମନ୍ତ୍ରୀ ଉଦୟନିଦ୍ଧି ସନାତନ ଧର୍ମର ମୂଳ ଉତ୍ପାଟନ ସହ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ସହ ତୁଳନା କରିଥିଲେ । ଆଉ ଏବେ ଏ ରାଜା ଆଉ ପାଦେ ଆଗେଇ ଯାଇ ସନାତନ ଧର୍ମକୁ ଏଡସ୍ ଓ କୃଷ୍ଠ ରୋଗ ସହ ତୁଳନା କରିଛନ୍ତି । ସାଧାରଣ ନିର୍ବାଚନ ପାଇଁ ଏବେ ମାହୋଲ ସରଗରମ ରହିଛି । ଏହି ସମୟରେ ବିରୋଧୀ ଇଣ୍ଡିଆ ମେଂଟରେ ଥିବା ଦଳର ନେତା ଜଣେ ପରେ ଜଣେ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି । ମେଂଟର ଅନ୍ୟତମ ସହଯୋଗୀ ଆରଜେଡିର ସାଂସଦ ଜଗଦାନନ୍ଦ ସନାତନ ଧର୍ମକୁ ନେଇ କହିଛନ୍ତି ମଥାରେ ଟିକା ଲଗାଇ ଯେଉଁମାନେ ବୁଲୁଛନ୍ତି ସେମାନେ ଏବେ ଦେଶକୁ ଗୁଲାମ କରି ରଖିବାକୁ ଯାହୁଁଛନ୍ତି । ଏହା ସହ ସେ କହିଛନ୍ତି ଦେଶରେ କେବଳ ମନ୍ଦିର ନିର୍ମାଣ କଲେ କାମ ସରେନି । ଏପରି କହି ସେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘକୁ ଟାର୍ଗେଟ କରିଛନ୍ତି ।