ମହଲତ ପରେ ମହଲତ : ତଥାପି ଭାଙ୍ଗି ପାରୁନି କୋଟିପତି ବିଧାୟକଙ୍କ ଏସି ଗୁହାଳ

42

କେନ୍ଦୁଝର : ସରକାରଙ୍କୁ ଘାରିଛି ବାହୁବଳୀ ବିଧାୟକଙ୍କ ଗୁହାଳ ଚିନ୍ତା । ତାରିଖ ପରେ ତାରିଖ ଘୁଂଚି ଚାଲିଛି । ହେଲେ ବେଆଇନ୍ ଜମିରେ ନିର୍ମାଣ ହୋଇଥିବା ଚମ୍ପୁଆ ବଧାୟକଙ୍କ ଶୀତତାପ ନିୟନ୍ତ୍ରିତ ଗୁହାଳ ଭାଙ୍ଗିବାକୁ ସରକାର ପାଦେ ବି ଆଗେଇ ପାରୁ ନାହାଁନ୍ତି । ଏବେ ପ୍ରଶାସନ ପୁଣି ମାଗିଛି ସମୟ ।

ଗତ ୨୨ ତାରିଖରେ ଚର୍ଚ୍ଚାକୁ ଆସିଥିଲା କୋଟିପତି ବିଧାୟକଙ୍କ ଏସି ଗୁହାଳ । ଗାଈ ଓ ଛେଳିଙ୍କୁ ଅଂଶୁଘାତରୁ ଦୁରେଇ ରଖିବାକୁ ବିଧାୟକ ଏପରି ବ୍ୟବସ୍ଥା କରିଥିଲେ । ତେବେ ଯେଉଁଦିନ ସନାଙ୍କ ମେଘନାଦ ପାଚେରୀ ଭଙ୍ଗାଗଲା , ସେଦିନ ଗୁହାଳ ଓ ତା ଭିତରେ ଥିବା ଜୀବଜନ୍ତୁଙ୍କୁ ଦେଖ ଅଟକି ଯାଇଥିଲା ପ୍ରଶାସନ । କାରଣ ହଠାତ୍ ବାହାରକୁ ଆସିଲେ କାଳେ ଗାଈଗୋରୁ ଅସୁସ୍ଥ ହୋଇପଡିବେ । ତେବେ ବିକଳ୍ଳ୍ପ ବ୍ୟବସ୍ଥା ପାଇଁ ସନା ମାଗିଥିଲେ ୧୦ ଦିନର ସମୟ ଆଉ ପ୍ରଶାସନ ଦେଲା ୭ ଦିନ । ହେଲେ ଅବଧି ସରିବା ପରେ ବି ହାଇଟେକ୍ ଗୁହାଳରେ ହାତ ମାରି ପାରୁନି ପ୍ରଶାସନ ।

ଏବେ ପ୍ରଶ୍ନ ଉଠୁଛି ଗୁହାଳ ଭାଙ୍ଗିବାକୁ ପ୍ରଶାସନ କାହିଁକି ମାଗୁଛି ମହଲତ୍ । ବାହୁବଳୀ ବିଧାୟକଙ୍କ ଚାପ ନା ଜୀବଜନ୍ତୁଙ୍କ ପାଇଁ ଭାବପ୍ରବଣ ହୋଇପଡୁଛି ପ୍ରଶାସନ ।